ଭୁବନେଶ୍ୱର : ଓବିସି ସଂରକ୍ଷଣକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଗୋଟିଏ ପଟେ ବିଜେଡ଼ି ଓବିସି ଗଣନା ପାଇଁ ଦାବି କରୁଥିବାବେଳେ ଅପରପକ୍ଷରେ ବିଜେପି କିନ୍ତୁ ଏଭଳି ପ୍ରସ୍ତାବକୁ ସମାଲୋଚନା କରିଆସୁଛି । ତେବେ ଓବିସି ଭୋଟ ହାତେଇବା ପାଇଁ ବିଜେଡ଼ି ମାଷ୍ଟରକାଡର଼୍ ଖେଳିଛି । ଆଗାମୀ ପଂଚାୟତ ଓ ପରବର୍ତୀ ନିର୍ବାଚନରେ ବିଜେପି ୨୭% ଓବିସି ପ୍ରାର୍ଥୀ ଦେବବୋଲି ଘୋଷଣା କରିଛି ।
ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡ଼ି ନେତା ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ କୁମାର ସାହୁ । ଏନେଇ ସେମାନେ କହିଛନ୍ତିଯେ, ପଂଚାୟତ ନିର୍ବାଚନ ଓ ପରବର୍ତୀ ନିର୍ବାଚନରେ ବିଜେଡ଼ି ୨୭% ଆସନ ଓବିସିଙ୍କ ପାଇଁ ସଂରକ୍ଷଣ ରଖିବ । ଏସଂକ୍ରାନ୍ତୀୟ କୌଣସି ସାମ୍ବିଧାନିକ ନିୟମ ନଥିଲେବି ଦଳ ୨୭% ଓବିସିଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତି ନେଇଛି । ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତି ନେଇଛନ୍ତି । ବିଜେପି ଓ ଅନ୍ୟଦଳମାନେ ଏଥିରୁ ଶିଖନ୍ତୁ ବୋଲି ବିଜେଡ଼ି ପକ୍ଷରୁ କୁହାଯାଇଛି ।