ଡିଜିଟାଲ ଲଢେଇ ପାଇଁ ବିଜେଡିର ବଡ଼ ପ୍ରସ୍ତୁତି
କେନ୍ଦ୍ର ସରକାରଙ୍କ ବିଫଳତା ଓ ଅପପ୍ରଚାର ବିରୁଦ୍ଧରେ ଜାଗରଣ ସୃଷ୍ଟି କର : ଅରୁଣ

ଓଡ଼ଗାଁ, ୧୨/୮:- ଲୋକଙ୍କ ପାଖରେ ପହଞ୍ଚୁଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ । ଯାହା ଘରେ ଘରେ ଗ୍ରହଣୀୟ ହୋଇଛି । ଏବେ ଏହାକୁ ଆହୁରି ଗ୍ରହଣୀୟ କରିବା ପାଇଁ ସୋସିଆଲ ମିଡିଆ ଜରିଆରେ ନୀରିକ୍ଷଣ ପାଇଁ ଲୋକଙ୍କୁ ସୁଯୋଗ ଦେବ ବିଜେଡି । ବିଶେଷକରି ସାଧାରଣ ନିର୍ବାଚନରେ ନୟାଗଡ଼ ନିର୍ବାଚନମଣ୍ଡଳୀରେ ଡିଜିଟାଲ ଲଢେଇ ପାଇଁ ପ୍ରସ୍ତୁତ ହେଉଛି ଶାସକ ବିଜେଡି ଦଳ । ଏ ନେଇ ଓଡ଼ଗାଁ ଏନଏସି ଅନ୍ତର୍ଗତ ହ୍ୱାଇଟ ହାଉସ କଲ୍ୟାଣମଣ୍ଡପଠାରେ ଆଜି ଡିଜିଟାଲ ଟ୍ରେନିଂ ନେଇଛନ୍ତି ଯୁବ ଓ ଛାତ୍ର ସଂଗଠନ । ଫେସବୁକ, ଇନଷ୍ଟାଗ୍ରାମ ଓ ଟୁଇଟର ଭଳି ସୋସିଆଲ ମିଡିଆ ଜରିଆରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବିଜେଡି ଲକ୍ଷ୍ୟ ରଖିଛି ।ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗ ଦେଇ ବିଜୁ ଜନତା ଦଳ ଓଡ଼ିଶାରେ ସ୍ଥିର ଶାସନ ବ୍ୟବସ୍ଥା ଦେବାରେ ସଫଳ ହୋଇଛି ।କେନ୍ଦ୍ର ସରକାରଙ୍କ ବିଫଳତା ଓ ଅପପ୍ରଚାର ବିରୁଦ୍ଧରେ ଗାଁ ଗାଁ ରେ ଜାଗରଣ ସୃଷ୍ଟି କରିବାକୁ ଯୁବ ଓ ଛାତ୍ରଙ୍କୁ ଆହ୍ୱାନ ଦେଇଥିଲେ ।ସୁଦୂର ଭୁବନେଶ୍ୱରରୁ ଆସିଥିବା ଏକ୍ସପର୍ଟ ଡ଼ ଲମ୍ବୋଦର ମିଶ୍ର ସୋସିଆଲ ମିଡ଼ିଆର ସରଳ ସୂତ୍ର ସମ୍ପର୍କରେ ପ୍ରଶିକ୍ଷଣ ଦେଇଛନ୍ତି ।ସୋସିଆଲ୍‌ ମିଡିଆ ଜରିଆରେ ଅଧିକରୁ ଅଧିକ ଲୋକଙ୍କୁ ଯୋଡିବା ନେଇ ଦିଆଯାଇଛି ଡିଜିଟାଲ୍‌ ଟ୍ରେନିଂ ।ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିନ୍ତାଧାରା ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡିକୁ ବ୍ୟାପକ ଭାବରେ ପ୍ରଚାର ପ୍ରସାର କରିବାକୁ ଆହ୍ୱାନ ଦିଆଯାଇଛି । ଅନ୍ୟପକ୍ଷେ ବିରୋଧିଙ୍କ ଅପପ୍ରଚାରକୁ ଦୃଢ଼ ଭାବେ ଜବାବ ଦେବା ସହ ସତକୁ ସାମ୍ନାକୁ ଆଣିବାକୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ,ଉପାଧ୍ୟକ୍ଷା ମୀରା ନାୟକ,ଜିଲ୍ଲା ବିଜେଡି ଉପସଭାପତି ନିତ୍ୟାନନ୍ଦ ପ୍ରଧାନ,ଯୁବ ବିଜେଡି ସଭାପତି ମାନସ ରଞ୍ଜନ ସାହୁ,ପ୍ରଭାତ ଅଧିକାରୀ, ଜିଲ୍ଲା ମହିଳା ସଭାନେତ୍ରୀ ବିରଜାଲକ୍ଷ୍ମୀ ସାହୁ,ଜିଲ୍ଲା ପରିଷଦ ସଭ୍ୟା ଝିଲି ପ୍ରଧାନ,ସୁର୍ଯ୍ୟକାନ୍ତ ପଟ୍ଟନାୟକ, ପ୍ରଭାତ ପ୍ରଧାନ ଓ ୨୦୦ରୁ ଉର୍ଦ୍ଧ୍ୱ ଯୁବ ଓ ଛାତ୍ର ସାମିଲ ହୋଇ ପ୍ରଶିକ୍ଷଣ ନେଇଥିଲେ ।

Comments (0)
Add Comment