ପାଦରେ ଚାଲିଚାଲି ଆସୁଥିବା ପ୍ରବାସୀ ଶ୍ରମିକଙ୍କୁ ଓଡିଶା ସୀମାରେ ପହଞ୍ଚାଇବାରେ ଓଡିଶା ପୁଲିସର ସହାୟତା

ଭୁବନେଶ୍ୱର : ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକମାନେ ଓଡିଶା ମଧ୍ୟ ଦେଇ ସେମାନଙ୍କ ନିଜ ନିଜ ରାଜ୍ୟ ଯଥା ପଶ୍ଚିମବଙ୍ଗ, ଛତିଶଗ, ଝାଡଖଣ୍ଡ ଓ ବିହାରକୁ ଯାଉଛନ୍ତି । ରାଜ୍ୟ ସରକାରଙ୍କ ପ୍ରୟାସ କ୍ରମେ ଏହି ପ୍ରବାସୀମାନଙ୍କୁ ରାଜ୍ୟ ସୀମାନରେ ପହଞ୍ଚାଇବା ପାଇଁ ଓଡିଶା ପୁଲିସ ପକ୍ଷରୁ ବସର ବନ୍ଦୋବସ୍ତ କରାଯାଇଛି । ଏହି ସବୁ ବସ୍ ରାଜ୍ୟରେ ପ୍ରମୁଖ ସୀମା ତନଖି ଫାଟକ ସୋହେଲା, ଗିରିସୋଳା ଓ କେରଡାଠାରୁ ପ୍ରବାସୀଙ୍କ ନେଇ ସେମାନଙ୍କ ରାଜ୍ୟ ସୀମା ନିକଟରେ ଛାଡିବାର ବ୍ୟବସ୍ଥା କରାଯାଇଛି ।

ଗତକାଲି ସଂଧ୍ୟାରେ ଓଡିଶା ଦେଇ ପାଦରେ ଚାଲିଚାଲି ଆସୁଥିବା ୨୫୦ରୁ ଉର୍ଦ୍ଧ୍ୱ ପ୍ରବାସୀ ଶ୍ରମିକଙ୍କୁ ୬ଟି ବସରେ ରାଜ୍ୟ ସୀମାରେ ପହଞ୍ଚାଯାଇଛି । ବରଗଡର ସୋହେଲାଠାରୁ ଝାଡଖଣ୍ଡ ରାଜ୍ୟର କିଛି ପ୍ରବାସୀଙ୍କୁ ଦୁଇଟି ବସରେ ବୀରମିତ୍ରପୁରଠାରେ ଛଡାଯାଇ ଥିବା ବେଳେ ପଶ୍ଚିମବଙ୍ଗର ପ୍ରବାସୀଙ୍କୁ ମୟୁରଭଞ୍ଜର ଜାମସୋଳାଠାରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି । ରାୟଗଡା ଜିଲ୍ଲା କେରଡାଠାରୁ ଦୁଇଟି ବସ୍ ଛତିଶଗଡର କିଛି ପ୍ରବାସୀଙ୍କୁ ନେି ନବରଙ୍ଗପୁର ଓ ନୂଆପଡା ଜିଲ୍ଲାର ରାଜ୍ୟ ସୀମାରେ ପହଞ୍ଚାଇଥିବା ବେଳେ ବ୍ରହ୍ମପୁର ପୁଲିସ ଦ୍ୱାରା ଜିଲ୍ଲାର ଗିରିସୋଳାଠାରୁ ଦୁଇଟି ବସରେ ପଶ୍ଚିମବଙ୍ଗର କିଛି ପ୍ରବାସୀଙ୍କୁ ମୟୁରଭଞ୍ଜ ଜିଲ୍ଲା ସୀମା ଜାମସୋଳାଠାରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି ।

Comments (0)
Add Comment