ଜଳି ପାଉଁଶ ହୋଇଗଲା ଓ୍ଗାଗନର କାର୍

ବାଲିଗୁଡ଼ା : ବିଳମ୍ବିତ ରାତିରେ ଜଳି ପାଉଁଶ ହୋଇଗଲା ଓ୍ଗାଗନର କାର୍। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପିପଳ ସାହିରେ ଏଭଳି ଘଟଣା ଘଟିଥିବା ଦେଖିବାକୁ ମିଳିଛି। ତେବେ କାରଟି କେଉଁ କାରଣରୁ ଜଳିଗଲା ତାହା ଏଯାଏଁ ସ୍ପଷ୍ଟ ଜଣାପଡ଼ିନାହିଁ। ସୂଚନା ଅନୁଯାୟୀ ସବୁଦିନ ଭଳି ସମିର ବଳିଆରସିଂ ନିଜ ଘର ଆଗରେ ନିଜ ଓ୍ବାଗନର କାର୍ (OD02CQ2353) ରଖି ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ପରିବାର ଲୋକେ ବାହାରକୁ ବାହାରିଥିବା ବେଳେ ତାଙ୍କ କାର୍ ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ପାଇଥିଲେ। ଏହାପରେ ଅଗ୍ନିଶମ ବାହିନୀକୁ ଜଣାଇଥିଲେ ସମିର ବଳିଆରସିଂ। ଖବରପାଇ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ବାହିନୀ। ନିଆଁ ଧାସରେ ପଡୋଶୀ ଘରର ଇଲେକ୍ଟ୍ରି ତାର ଜଳିଯାଇ ବିଦ୍ୟୁତ୍ ସଂଯୋଗ ଘଟିଯାଇଥିବା ବେଳେ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି ପଡ଼ୋଶୀ । ସେପଟେ କାର୍ ମାଲିକ ସମିର ବଳିଆରସିଂ କହିଛନ୍ତିଯେ ୬ମାସ ହେବ ଏହି କାରଟି ମୁଁ କିଣିଥିଲି। ପାଖ ପଡ଼ୋଶୀଙ୍କ ସମେତ ଅଞ୍ଚଳର ସମସ୍ତଙ୍କ ସହ ମୋର ଭଲ ସମ୍ପର୍କ ଅଛି ଏବଂ ମୋର କାହା ସହ ଶତ୍ରୁତା ନାହଁ । ହେଲେ ମୋ ଗାଡ଼ିରେ କେମିତି ନିଆଁ ଲାଗିଲା ମୁଁ ସେକଥା ଜାଣିନାହିଁ I

Comments (0)
Add Comment