କଣ୍ଟାମାଳଠାରେ ଓଜେୟୁ ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ବୈଠକ

କଣ୍ଟାମାଳ,୨୮ ।୧୧ : କଣ୍ଟାମାଳ ବ୍ଲକ ମଲିକୁଦ ତେଲନଦୀ କୂଳରେ ଓଡିଶା ସାମ୍ବାଦିକ ସଂଘ ବୌଦ୍ଧ ଜିଲ୍ଲା ଶାଖାର ସଭାପତି ପୂର୍ଣ୍ଣ ଚରଣ ସାହୁଙ୍କ ସଭାପତିତ୍ୱ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଭୁବନେଶ୍ୱର ଠାରେ ଡିସେମ୍ବର ମାସରେ ହେବାକୁ ଥିବା ରାଜ୍ୟ ସମାବେଶରେ ଯୋଗଦେବା ପାଇଁ ଆଲୋଚନା ହେବା ସହ ସାମ୍ବାଦିକମାନଙ୍କ ଅକାଳ ମୃତ୍ୟୁରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ଲକ୍ଷ ଟଙ୍କା ସହାକ୍ଷତା ରାଶି ଦେବାକୁ ଦାବି ହୋଇଥିଲା । ଏଥିରେ ସଂଘର ସମ୍ପାଦକ ଭାଗବତ ମେହେର, ବରିଷ୍ଠ ସଦସ୍ୟ ଦିବ୍ୟଶଙ୍କର ରାଉତ, ଯୁଗଳ କିଶୋର ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ ପଟ୍ଟନାୟକ, ସୁଶାନ୍ତ ବେହେରା, ସହ ସଂପାଦକ ବଂଶୀଧର ମାଝୀ, ଦିବ୍ୟରଞ୍ଜନ ପଟ୍ଟନାୟକ, ବାସୁଦେବ ସାହୁ, ସତ୍ୟନାରାୟଣ ପାଣି, ଅନନ୍ତ ଖମାରୀ, ଦେବାଶିଷ ମଲିକ, ଅକୃର ସାହୁ, ରଞ୍ଜନ କୁମାର ପାତ୍ର ପ୍ରମୁଖ ସଦସ୍ୟ ଯୋଗ ଦେଇ ଆଲୋଚନାରେ ଭାଗନେଇଥିଲେ ।

Comments (0)
Add Comment