ମାଝିଅ ନିଖୋଜ ମାମଲା : ଉଭୟ ବାପଘର ଓ ଶାଶୂ ଘର ଥାନାର ଦ୍ୱାରସ୍ଥ


ସମ୍ବଲପୁର :ଗତ ସୋମବାର ସନ୍ଧ୍ୟାରୁ ୨୯ ବର୍ଷୀୟା ପୂଜା ଓ ୩ ବର୍ଷୀୟା ସାନ୍ବୀ (ଉଭୟେ ମା ଓ ଝିଅ) ଏଠାରେ ମହାନଦୀ ରେ ନିର୍ମିତ ଦ୍ବିତୀୟ ସେତୁରୁ ନିଖୋଜ ହୋଇ ରହିଛନ୍ତି । ପ୍ରଥମେ ତ ଏହାକୁ ଆତ୍ମହତ୍ୟା ର ଏକ ଘଟଣା ଭାବି ପୁଲିସ ତଦନ୍ତ ଆରମ୍ଭ କରିଥିଲା ଓ ସେମାନଙ୍କ ଶବ ଉଦ୍ଧାର କରିବା ପାଇଁ ପ୍ରଥମେ ଅଗ୍ନିଶମ ବିଭାଗ ଓ ପରେ ଓଡ୍ରାଫ ର ବିଶେଷଜ୍ଞ ବୁଡାଳିଦଳଙ୍କ ସାହାଯ୍ୟ ନିଆଯାଇଥିଲା କିନ୍ତୁ ଚାରିଦିନ ପର୍ଯ୍ୟନ୍ତ ଖୋଜିଲା ପରେ ମଧ୍ୟ ସେମାନଙ୍କ କିଛି ଖିଅଟିଏ ମିଳି ନ ଥିବାରୁ ଏହାକୁ ସ୍ଥଗିତ କରାଗଲା । ବର୍ତ୍ତମାନ ଏହାର ଅନ୍ୟ ସମ୍ଭାବନା ଦିଗରେ ପୁଲିସ ତଦନ୍ତ ଆରମ୍ଭ କରିଛି । ଇତିମଧ୍ୟରେ ପୂଜାର ମାଘର ଓ ଶାଶୁଘର ଉଭୟେ ଆରୋପ ପ୍ରତ୍ଯାରୋପ ନେଇ ପୁଲିସ ଥାନା ଦ୍ବାରସ୍ଥ ହୋଇଛନ୍ତି । ମାଘର ର ଅଭିଯୋଗ ଅନୁସାରେ ପୂଜା ଯୌତୁକ ନିର୍ଯାତନା ଯୋଗୁଁ ଆତ୍ମହତ୍ୟା କରିଛି । ଅପରପକ୍ଷେ କେସିଙ୍ଗାରୁ ତାହାର ଶାଶୁଘର ଅଭିଯୋଗ ଆଣିଛନ୍ତି ଯେ ଏକ ବାହାଘରେ ରାଏପୁର ଯିବା ପାଇଁ ପୂଜା ତାହାର ମାଘର ଧମା ଯାଇଥିଲା କିନ୍ତୁ ତାହାକୁ ସେଠାକୁ ଯାଇ ନ ଦେବାରୁ ସେ ଉତ୍ତେଜିତ ହୋଇ ସେପରି କିଛି ଚରମ ପଦକ୍ଷେପ ନେଇଛି । ଉଭୟ ମାମଲା ପୁଲିସ ଥାନାରେ ପଞ୍ଜିକୃତ ହୋଇଥିବାରୁ ପୁଲିସ ପକ୍ଷରୁ ତଦନ୍ତ କରାଯାଉଛି । ଇତିମଧ୍ୟରେ ପୂଜାର ଭାଇ ସୁମିତ ଅଗ୍ରଓ୍ବାଲ ପକ୍ଷରୁ ନିଖୋଜ ଭଉଣୀର କୌଣସି ନିର୍ଦ୍ଦିଷ୍ଟ ଖବର ପାଇଁ ୧୦ହଜାର ଟଙ୍କା ର ପୁରସ୍କାର ରାଶି ଘୋଷଣା କରାଯାଇଛି ଓ ସୋସିଆଲ ମିଡିଆରେ ଏହା ଭାଇରାଲ ହୋଇଛି ।

Comments (0)
Add Comment