ବୌଦ୍ଧ – ଗତକାଲି ଶ୍ରୀ ଜଗନ୍ନାଥ ମହାପ୍ରଭୁ ପୁଜା ପାଉଥିବା ବିଭିନ୍ନ ଗ୍ରାମରେ ରଥଯାତ୍ରା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଆଜି କେତେକ ଗ୍ରାମରେ ମଧ୍ୟ ବାସି ରଥଯାତ୍ରା ଅନୁଷ୍ଠିତ ହୋଇଛି | ବୌଦ୍ଧ ଜିଲ୍ଲାର କେତେକ ଗ୍ରାମରେ ପ୍ରତିବର୍ଷ ରଥଯାତ୍ରାର ପରବର୍ତ୍ତୀ ଦିନ ବାସି ରଥ ଅନୁଷ୍ଠିତ ହୋଇଥାଏ | ପ୍ରାୟତଃ ଭୁଲିଆ ସମ୍ପ୍ରଦାୟର ଲୋକେ ବସବାସ କରୁଥିବା କେତେକ ଗ୍ରାମରେ ଏ ପରମ୍ପରା କେଉଁ ଆବହମାନ କାଳରୁ ଅନୁଷ୍ଠିତ ହୋଇ ଆସୁଛି l ବୌଦ୍ଧ ଜିଲ୍ଲାର ବୁଟୁପାଲି, ନାରୟଣ ନଗର, ବାଘପାଲି, ମର୍ଜାକୁଦ୍,ଚମ୍ପାପୁର୍, ଫାଉପାଲି, ସଂଗ୍ରାମପୁର୍ ( ସାହାଜ ପାଲ ) ଆଦି ଅଳ୍ପ କେତେକ ଗ୍ରାମରେ ଏ ପରମ୍ପରାରେ ରଥଯାତ୍ରା ଓ ବାହୁଡା ଯାତ୍ରାର ପରବର୍ତ୍ତୀ ଦିନ ମାନଙ୍କରେ ଯାତ୍ରା ଅନୁଷ୍ଠିତ ହୋଇଥାଏ |
ଚଳିତ ବର୍ଷ କୋଭିଡ୍ 19 କଟକଣା ଯୋଗୁଁ ଏ ସବୁ ସ୍ଥାନ ଗୁଡିକରେ ମଧ୍ୟ କେବଳ ପୂଜାଅର୍ଚ୍ଚନା ଓ ନୀତିକାନ୍ତି ମଧ୍ୟରେ ଆଜି ରଥଯାତ୍ରା ବିଧି ମୁତାବକ ପାଳନ କରାଯାଇଥିବା ଜଣାପଡିଛି l