ଭୁବନେଶ୍ୱର ୦୬।୧୨: ଓଡିଶାରେ ବାହାରିନି ଓମିକ୍ରନ୍ । ଜେନମ୍ ସିକ୍ୟୁଏନ୍ସିରୁ ଓଡିଶାରୁ ବାହାରିନି ଓମିକ୍ରନ୍ । ଏନେଇ ଆଇଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି ।ଖବର ଅନୁଯାୟୀ, ନଭେମ୍ବର ମାସରେ ୧୪୧ ଜଣ ବିଦେଶ ଫେରନ୍ତାଙ୍କ ଜେନମ୍ ସିକ୍ୟୁଏନ୍ସି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କର ବି ଓମିକ୍ରନ୍ ଭାରିଆଣ୍ଟ ଥିବା ଜଣାପଡିନାହିଁ ।
ସେହିପରି ନଭେମ୍ବର ୨୪ ପରଠାରୁ ବର୍ତ୍ତମାନ ସୁଦ୍ଧା ୨୪୬ଜଣଙ୍କ ନମୁନା ଜେନମ୍ ସିକ୍ୟୁଏନ୍ସି ପାଇଁ ଯାଇଛି । ଏମାନଙ୍କ ରିପୋର୍ଟ ଗୁରୁବାର ସୁଦ୍ଧା ସ୍ପଷ୍ଟ ହୋଇପାରିବ । ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ଆଇଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା ।