ଫୁଲବାଣୀ: କନ୍ଧମାଳ ଜିଲ୍ଲାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀର ଅଷ୍ଟମ ଶ୍ରେଣୀର ଛାତ୍ର ଓମ ପ୍ରକାଶ ମହାପାତ୍ର ଗତକାଲି ସନ୍ଧ୍ୟାରେ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଦେଇ ଚାଲିଗଲେ । ୰ ଓମ ପ୍ରକାଶ ଗତକାଲି ସନ୍ଧ୍ୟାରେ ତାଙ୍କର ସାନଭାଇଙ୍କୁ ସାଇକେଲ ପଛରେ ବସାଇ ନାରାୟଣୀ ମନ୍ଦିର ନିକଟସ୍ଥ ( କେନ୍ଦ୍ରିୟ ବିଦ୍ୟାଳୟକୁ ଯିବା ରାସ୍ତାରେ) ଗଡାଣିରୁ ଖସିବା ସମୟରେ ସାଇକେଲ ବ୍ରେକ ଫେଲ ହେବ ଯୋଗୁଁ ଭାରସାମ୍ୟ ହରାଇ କାନ୍ଥରେ ପିଟି ହୋଇଯାଇଥିଲେ । ଚେତା ଶୂନ୍ୟ ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କରି ସ୍ମୃତିରେ ଆଜି ସ୍ଥାନୀୟ ସରସ୍ୱତୀ ବିଦ୍ୟା ମନ୍ଦିର ଠାରେ ପ୍ରଧାନାଚାର୍ଯ୍ୟ ଜାନକୀ ବଲ୍ଲଭ ବିଷୋୟୀଙ୍କ ସଭାପତିତ୍ୱରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଆଚାର୍ଯ୍ୟ ଆଚାର୍ଯ୍ୟା, ସେବକ ସେବିକା, ବାହାନ ଚାଳକ ମିଶି ଦୁଇ ମିନଟ ନିରବ ପ୍ରାର୍ଥନା କରିବା ସହିତ ସୁରେଶ ଏବଂ ଦୁର୍ଯ୍ୟୋଧନ ଗୁରୁଜୀ ୰ ଓମ ପ୍ରକାଶଙ୍କ ସ୍ମୃତି ଚାରଣ କରିଥିଲେ । ଓମ ପ୍ରକାଶ ଜଣେ ସୁଶୀଳ, ଶାନ୍ତ,ବିନୟୀ,ସରଳ ପ୍ରକୃତିର ଥିଲେ ତାଙ୍କର ବ୍ୟବହାର ଓ ସତଚରିତ୍ର ପାଇଁ ବିଦ୍ୟାଳୟ ଆଜି ତାଙ୍କୁ ଝୁରୁଛି ବୋଲି ପ୍ରଧାନାଚାର୍ଯ୍ୟ ଛାତ୍ରଛାତ୍ରୀ ମାନଙ୍କୁ ହୃଦବୋଧ କରାଇ ଥିଲେ ଏବଂ ଛାତ୍ରଛାତ୍ରୀ ମାନେ ନିଜକୁ କିପରି ସୁରକ୍ଷା ରଖିବେ ସେଥି ସକାଶେ ବକ୍ତବ୍ୟ ରଖିଥିଲେ । ୰ଓମ ପ୍ରକାଶଙ୍କ ମୃତ୍ୟୁରେ ବିଦ୍ୟାଳୟ କମିଟିର ସଭାପତି ହରିଶ୍ଚନ୍ଦ୍ର ମହାରଣା ସମ୍ପାଦକ ବୀରଞ୍ଚି ନାରାୟଣ ମିଶ୍ରଙ୍କ ସମେତ ସମସ୍ତ ସଭ୍ୟ ଶୋକ ବ୍ୟକ୍ତ କରିବା ସହିତ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି ।