ଭୂମିସୁତାଙ୍କ ପାଇଁ ଆବାସ ଯୋଜନା ସାତସପନ

ବୀରମହାରାଜପୁର : ସରକାରଙ୍କ ମାଳ ମାଳ ଯୋଜନା କାହା ପାଇଁ ? ସରକାରଙ୍କ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଘର ଖଣ୍ଡିଏ ନ ପାଇ ଦୁର୍ଦ୍ଦିନ ଅବସ୍ଥାରେ ଜୀବନ ବିତାଉଛନ୍ତି । ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମିରା ଗ୍ରାମପଞ୍ଚାୟତର ବିକଲପୁର ଗ୍ରାମର ଭୂମିସୁତା ନାଏକ (୭୪) ଅତି ଦୟନୀୟ ଭାବରେ ଭଙ୍ଗା କୁଡ଼ିଆରେ ପଡିରହିଛନ୍ତି । ଭୂମିସୁତାଙ୍କ ଅବସ୍ଥା କହିଲେ ନ ସରେ । ବିପଦଜ୍ଜନକ ଗୃହରେ ଖଜୁରୀ ଡାଳ, ଚିରା କନା ଛାଉଣୀ କରି ଖରା ବର୍ଷା ଶୀତରେ ଜୀବନ ଯାପନ କରୁଥିବା ଦେଖିବାକୁ ମିଳିଛି । ଭୂମିସୁତା ସ୍ଥାନୀୟ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ ପ୍ରଶାସନିକ ଅଧିକାରୀମାନଙ୍କ ପାଖକୁ ବାରମ୍ବାର ଘର ଖଣ୍ଡିଏ ଓ ମଧୁ ବାବୁ ପେନସନ ଯୋଜନାରେ ସାମିଲ କରିବା ପାଇଁ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରୀ ସହାୟତାରୁ ବଞ୍ଚିତ ଅଛନ୍ତି । ଭୂମିସୁତାଙ୍କ ପରିବାର କହିଲେ ସେ ଏକା, ସାହା ବୋଲି ତାଙ୍କ ଆତ୍ମୀୟ ଲୋକ କେହି ନାହାଁନ୍ତି । ଘର ଖଣ୍ଡିଏ ପାଇଁ ଗଣମାଧ୍ୟମ ଜରିଆରେ ରେ ପ୍ରଶାସନକୁ ଗୁହାରି କରିଛନ୍ତି ।
ଏନେଇ ବୀରମହାରାଜପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ୍ ସୁଲିଆଙ୍କୁ ଯୋଗାଯୋଗ କରିବାରୁ ଖୁବ୍ ଶୀଘ୍ର ଆବାସ ଯୋଜନା ସାମିଲ କରାଯିବ ବୋଲି କହିଥିଲେ ।

Comments (0)
Add Comment