ଭୁବନେଶ୍ୱର : ରାଜ୍ୟରେ ବର୍ଷା ଅଭାବ ସ୍ଥିତି ଦୂର ହୋଇପାରେ ଦ୍ୱିତୀୟ ସପ୍ତାହରୁ । ଅନୁମାନ କରାଯାଉଛି, ଆସନ୍ତା ୧୦ ତାରିଖରୁ କ୍ରମଶଃ ବଢ଼ିବ । ୧୨ରୁ ଅଧିକ ବର୍ଷା ହେବ । ଆସନ୍ତା ୨୦/୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭଲ ବର୍ଷା ହେବ । ଆଗକୁ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ହିଁ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ବିଦେଶୀ ପାଣିପାଗ ସଂସ୍ଥା ଜିଏଫଏସ୍ ପୂର୍ବାନୁମାନ କରିଛି ।
ପାଣିପାଗ ବିଭାଗ କହିଛି, ବର୍ତ୍ତମାନ ମୌସୁମୀ ସ୍ୱାଭାବିକ ଅବସ୍ଥାରେ ନାହିଁ । ତେଣୁ ବର୍ଷା ବିସ୍ତୃତ ଅଞ୍ଚଳରେ ହେଉନାହିଁ । ତଥାପି ପ୍ରତିଦିନ କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ମଙ୍ଗଳବାର କଟକ, ନୂଆପଡ଼ା, କୋରାପୁଟ, ନବରଙ୍ଗପୁର, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ବୁଧବାର ବର୍ଷା ବଢ଼ିପାରେ । ବୁଧବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, କୋରାପୁଟ, ମାଲକାନଗିରି ଓ ଜଗତସିଂହପୁରର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ ।