ପାଦରେ ଚାଲିଚାଲି ୧୮ଶହ କି.ମି ଅତିକ୍ରମ: ଘରବାହୁଡା ବିକଳରେ ହ୍ରାଇଦ୍ରାବାଦରୁ ବାହାରିଛନ୍ତି ୫୦ଜଣ ଶ୍ରମିକ

ସମ୍ବଲପୁର:କରୋନା ସଙ୍କଟକାଳରେ କିଛି ଲୋକେ ଅସମ୍ଭବକୁ ମଧ୍ୟ ସମ୍ଭବ କରିବାରେ ସମର୍ଥ ହେଉଛନ୍ତି ଯାହାକି ସାଧାରଣତଃ ଆଶା କରାଯାଇନପାରେ । ଏଠାରେ ଆଜି ଏହିପରି ୫୦ଜଣ ଶ୍ରମିକ ସୁଦୂର ହାଇଦ୍ରାବାଦରୁ ପ୍ରାୟ ୧୮ଶହ କି.ମି ପାଦରେ ଚାଲି ଆସି ପହଞ୍ଚିଛନ୍ତି । ସେମାନେ ନଗର ବାହାରେ ଜାତୀୟ ରାଜମାର୍ଗ ଧନକୌଡା ପାଖ ଜୟଗୁରୁ ଭବନ ପାଖରେ ଆଶ୍ରୟ ନେଇଛନ୍ତି । ସେମାନଙ୍କ ପାଇଁ ଭୋଜନ ବ୍ୟବସ୍ଥା କରିବାପାଇଁ କିଛି ଲୋକେ ଜିଲ୍ଲାପ୍ରଶାସନକୁ ଅନୁରୋଧ କରିଛନ୍ତି ତ କିଛି ଉତ୍ସାହୀ ଲୋକେ ନିଜ ସାମର୍ଥ୍ୟ ଅନୁସାରେ ଏପରି ବ୍ୟବସ୍ଥା କରିବାପାଇଁ ଆଗେଇ ଆସିଛନ୍ତି । ଆଶଙ୍କା କରାଯାଉଛି ଯେ ସେମାନଙ୍କ ମଧ୍ୟରେ ଅନେକ ଲୋକ କରୋନା ପଜିଟିଭ ହୋଇପାରନ୍ତି ଏଣୁ କେବଳ ଉତ୍ସାହ ନଦେଖାଇ ସାବଧାନତା ଅବଲମ୍ବନ କରାନଗଲେ ସମ୍ବଲପୁର ନଗର ଓ ଏପରି କି ଜିଲ୍ଲା ମଧ୍ୟରେ ସଂକ୍ରମଣ ବ୍ୟାପିପାରେ । ଏଣୁ ସାହାଯ୍ୟ କରେ ମଧ୍ୟ ଜନସାଧାରଣଙ୍କ ସୁରକ୍ଷା ପ୍ରତି କୌଣସି ସାଲିସ ନକରାଯାଉ ବୋଲି କୁହାଯାଉଛି ।

Comments (0)
Add Comment