ପାଣ-ଗଣ୍ଡା ସମାଜ ପକ୍ଷରୁ ଅସହାୟଙ୍କୁ କମ୍ବଳ ଏବଂ ଶାଢୀ ବଣ୍ଟନ

ବୌଦ୍ଧ : କଣ୍ଟାମାଳ ବ୍ଲକ ବରଗାଁ ପଂଚାୟତ ଅନ୍ତର୍ଗତ ମଲ୍ଲିକୁଦ୍‌ କୋଠ ଘର ପ୍ରାଙ୍ଗଣରେ ବୌଦ୍ଧ ଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ସଂଗଠନର ସହକାରୀ କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡିଙ୍କ ସହଯୋଗ କ୍ରମେ ଓ ସଂଗଠନ ସଂପାଦକ ଦେବଦତ୍ତ ସାଗରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅସହାୟ ବୃଦ୍ଧ, ବୃଦ୍ଧା ମାନଙ୍କୁ କମ୍ବଳ ଏବଂ ବିଧବା ମହିଳାମାନଙ୍କୁ ଶାଢୀ ବଣ୍ଟନ କରାଯାଇଛି । ସଂଗଠନର ଜିଲ୍ଲା ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗଙ୍କ ନେତୃତ୍ୱରେ ଏବଂ ଜିଲ୍ଲା ସଭାପତି ବଟକୃଷ୍ଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବଣ୍ଟନ ମେଳାରେ କନ୍ଧମାଳ ଜିଲ୍ଲାର ବରିଷ୍ଠ ଆଇନଜିବୀ ତଥା ଜାଗ୍ରତ କନ୍ଧମାଳର ସାଧାରଣ ସଂପାଦକ ସତ୍ୟ ନାରାୟଣ ବେହେରା ମୁଖ୍ୟ ଅତିଥି, ବରିଷ୍ଠ ମାନବିକ ଅଧିକାର କର୍ମୀ ତଥା ସମାଜସେବୀ ଡାକ୍ତର ସୋମନାଥ ବାଘ ମୁଖ୍ୟବକ୍ତା ଏବଂ ଅବସରପ୍ରାପ୍ତ ସହକାରୀ କୃଷି ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଦାସ୍‌ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦଳିତ ମାନଙ୍କ ସାମାଜିକ ଅଧିକାର, ମାନବିକ ଅଧିକାର , ସାମ୍ବିଧାନିକ ଅଧିକାର, ନାଗରିକ ଅଧିକାର ଉପରେ ସଂଗ୍ରାମ ଜାରି ରଖିବା ପାଇଁ ମାର୍ଗଦର୍ଶନ ପ୍ରଦାନ କରିବା ସହିତ ଦୁଇ ଶହ ଜଣ ଅସହାୟ ବୃଦ୍ଧ,ବୃଦ୍ଧା ମାନଙ୍କୁ କମ୍ବଳ ଏବଂ ପଚାଶ ଜଣ ବିଧବା ମହିଳା ମାନଙ୍କୁ ଶାଢୀ ବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଜିଲ୍ଲା ଉପ ସଭାପତି ମକରଧ୍ୱଜ ମହାନନ୍ଦିଆ, ବସନ୍ତ କୁମାର ଖୁରା, ରୋହିତ କହଁର, ଯୁଗ୍ମ ସମ୍ପାଦକ ଶ୍ରୀନିବାସ ହାତୀ, ବରିଷ୍ଠ ସମାଜସେବୀ ପ୍ରସନ୍ନ କୁମାର ମହାନନ୍ଦିଆ, କଳିଙ୍ଗ ତାଣ୍ଡିଆ, ଶଙ୍କର୍ଷଣ କହଁର, ମହାଦେବ କଲତା , ଜୟରାମ ହରିପାଲ, ଉଗ୍ରସେନ ହାତୀ, ପରମେଶ୍ୱର ଛତ୍ରିଆ, ସୁବାସ ମହାନନ୍ଦ, ହୃଦାନନ୍ଦ ମହାନନ୍ଦ, ଦୁର୍ଗା ଦୀପ, ଲବ ବାଘ, ପ୍ରଦୀପ ନନ୍ଦ, ଲାଳଚି କୁମ୍ଭାର, ସନ୍ତୋଷ ମହାନନ୍ଦିଆ, ଯୁଗଳ କିଶୋର ଜଗଦଲା, ସୁରେନ୍ଦ୍ର କୁଶଲ୍‌, ଧନମନ୍ତ ବିଭାର,ଶମ୍ଭୁ ଜଗଦଲା, ମହେନ୍ଦ୍ର ଭୋଇନା, ଭୂଜରାଜ୍‌ ବଣ୍ଡକି, ଯୋଗେଶ୍ୱର ତାଣ୍ଡି, ଭାସ୍କର ହରିପାଲ, ଚନ୍ଦନ ଦୀପ, କପିଳାସ ଦୀପ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Comments (0)
Add Comment