ପଞ୍ଚଗବ୍ୟ ଚିକିତ୍ସା ଓ ଗୋ ଆଧାରୀତ କୁଟୀର ଶିଳ୍ପ ତାଲିମ ଶିବିର

ବୌଦ୍ଧ,୧୯/୧୨:- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ଦନ୍ତାପାଲି ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ଠାରେ ପଞ୍ଚଗବ୍ୟ ଚିକିତ୍ସା ଓ ଗୋ ଆଧାରୀତ କୁଟୀର ଶିଳ୍ପ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧକ୍ଷ ନିର୍ଗୁଣ ମହାକୁଡ଼ ଅଧ୍ୟକ୍ଷତା କରିଥିବାବେଳେ ସମ୍ପାଦକ କୃତ୍ତିବାସ ପଲିଆ ସଭା ପରିଚାଳନା କରିଥିଲେ । ଉଦଘାଟକ ଭାବେ ହରଭଙ୍ଗା ବ୍ଲକ ଅଧକ୍ଷ ବିଶ୍ୱଜିତ ମିଶ୍ର ମୁଖ୍ୟଅତିଥି ଭାବେ ଗୋବିଜ୍ଞ ଫାଉଣ୍ଡେସନ ଓଡିଶାର ଅଧକ୍ଷ ତଥା ପଞ୍ଚଗବ୍ୟ ସିଦ୍ଧ ଡାକ୍ତର ନିରାକାର ବେହେରା, ମୁଖ୍ୟବକ୍ତା ଭାବେ ହେଲ୍ପଲେଶ ୱେମେନ ଓ ଚାଇଲଡ ଚାରିଟେବୁଲ ସୋସାଇଟି (ଏନ ଜି ଓ)ର ଅଧକ୍ଷ ଭବାନୀ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପଂଚାୟତ ଅଧିକାରୀ ଶରତ କୁମାର ପାତ୍ର, ବିଶିଷ୍ଟ ପାଲାକାର ବାଂଛାନିଧି ପ୍ରଧାନ, ମଞ୍ଚକଳା ନିର୍ଦ୍ଦେଶକ କାବୁ ବୋଷ, ନ୍ୟୁଟ୍ରାନିଷ୍ଟ ଅଜୟ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଚିକିତ୍ସା ଶିବିର ଓ କୁଟୀର ଶିଳ୍ପରେ ବିଭିନ୍ନ ଅଂଚଳରୁ ଭାଗ ନେଇଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ଜ୍ୟୋତିରଞ୍ଜନ ପ୍ରଧାନ, ବିଜୟ ପାତ୍ର, ନନ୍ଦନ ଚୌଧୁରୀ ବିଶେଶ୍ୱର ପ୍ରଧାନ, ମାନଭଞ୍ଜନ ପାତ୍ର, ତପସ୍ୱିନୀ ପଲିଆ, ଟୁକୁନା ପଲିଆ, ଭାଗ୍ୟଧର ମହାକୁଡ଼ ପ୍ରମୁଖ ସହଯୋଗ କରିଥିଲେ ।

Panchagabya Medical and Go-based Cottage Industrial Training Campକୁଟୀର ଶିଳ୍ପ ତାଲିମ ଶିବିରପଞ୍ଚଗବ୍ୟ ଚିକିତ୍ସା ଓ ଗୋ ଆଧାରୀତ କୁଟୀର ଶିଳ୍ପ ତାଲିମ ଶିବିର
Comments (0)
Add Comment