ପ୍ରକୃତ ହିତାଧିକାରୀଙ୍କୁ ମିଳିଲା ପଞ୍ଚାୟତ ଦୋକାନ ଗୃହ

କେନ୍ଦ୍ରାପଡା : କେନ୍ଦ୍ରାପଡା ବ୍ଲକ (ସଦର) ଅଧିନରେ କଂସାର ପଞ୍ଚାୟତ ଅନ୍ତର୍ଭୁକ୍ତ ଦୋକାନ ଗୃହ ଆବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡିଥିଲା I ଅଞ୍ଚଳବାସୀଙ୍କ ଅଭିଯୋଗ ପାଇବା ପରେ କେନ୍ଦ୍ରାପଡା ବିଡିଓ ଶ୍ରୀମତୀ ବନ୍ଦନା ଖଟୁଆଙ୍କ ତତ୍ବାବଧନାରେ ସରକାରଙ୍କ ନିୟମାନୁସାରେ ପଞ୍ଚାୟତର ସରପଞ୍ଚଙ୍କ ଜରିଆରେ ପ୍ରକୃତ ହିତାଧିକାରୀଙ୍କୁ ଚୟନ କରି ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତବାସୀ ଓ ଆରକ୍ଷୀ ଅଧିକାରୀଙ୍କ ଉପସ୍ଥିତିରେ ଦୋକାନ ଗୃହର ବଣ୍ଟନ କରିଥିଲେ I ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ବ୍ୟକ୍ତିବିଶେଷମାନେ ଯୋଗଦେଇଥିଲେ I ଅନେକ ଦିନ ଅପେକ୍ଷାର ଅନ୍ତ ଘଟେଇ କାର୍ଯ୍ୟଟିକୁ ସାଫଲ୍ୟ ମଣ୍ଡିତ କରିଥିବାରୁ କେନ୍ଦ୍ରାପଡ଼ା ବିଡିଓ ବନ୍ଦନା ଖଟୁଆ ଅଞ୍ଚଳର ବୁଦ୍ଧିଜୀବି ଓ ସାଧାରଣ ଲୋକଙ୍କ ପ୍ରିୟ ଏବଂ ପ୍ରଶଂସାର ପାତ୍ର ହୋଇଛନ୍ତି I କେନ୍ଦ୍ରାପଡ଼ା ମଣ୍ଡଳ ଉନ୍ନୟନ ଅଧିକାରିଣୀ ଶ୍ରୀମତୀ ବନ୍ଦନା ଖଟୁଆଙ୍କ କାର୍ଯ୍ୟଦକ୍ଷତାକୁ ନେଇ ସାଧାରଣରେ ବେଶ ପ୍ରଶଂସା ମଧ୍ୟ କରାଯାଇଛି I

Comments (0)
Add Comment