ପାରାଦୀପ : ପାରାଦୀପ ବନ୍ଦର ପକ୍ଷରୁ ବନ୍ଦର ଚିକିତ୍ସାଳୟରେ ଏକ ଏକ୍ସରେ ଓ ବାଇଓକେମିଷ୍ଟ୍ରି ଅଟୋ ଆନାଲାଇଜର ମେସିନ ସ୍ଥାପନ କରାଯାଇଛି । ଏହାକୁ ବନ୍ଦର ଅଧକ୍ଷ ରୀଙ୍କୀଶ ରାୟ ଉଦଘାଟନ କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ରକ୍ତ ପରୀକ୍ଷା ଓ ଏକ୍ସରେ ଭଳି କାର୍ଯ୍ୟ କରିବା କଷ୍ଟକର ହୋଇଥାଏ । ଯେହେତୁ ବନ୍ଦର ଚିକିତ୍ସାଳୟ ଉପରେ ଅଧିକ ଲୋକ ନିର୍ଭର କରନ୍ତି ତେଣୁ ଏଭଳି ଯନ୍ତ୍ର ଗୁଡ଼ିକ ଲୋକଙ୍କୁ ଅଧିକ ସେବା ଯୋଗାଇ ପାରିବ ବୋଲି ବନ୍ଦର ଅଧକ୍ଷ ପ୍ରକାଶ କରିଛନ୍ତି । ଏହି ଅବସରରେ ବନ୍ଦର ଉପାଧ୍ୟକ୍ଷ ଏ.କେ ବୋଷ, ଉପ ମୁଖ୍ୟଯନ୍ତ୍ରୀ ହିମାଂଶୁ ରାଉତ, ମୁଖ୍ୟ ଚିକତ୍ସାଧିକାରୀ ଡାକ୍ତର ପ୍ରହଲ୍ଲାଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।