ପାଟଣାଗଡ଼: ଚଳିତ ପଞ୍ଚାୟତ ନିର୍ବାଚନରେ ପାଟଣାଗଡ଼ ବ୍ଲକ ଫଟାମୁଣ୍ଡା, ତମିଆ, ଖୁଣ୍ଟସମଲେଇ ଆଦି ୩ ଟି ପଞ୍ଚାୟତରେ ୩ ରୁ ଅଧିକ ପୁଅଝିଅ ଥିବାର ବାପା ମା ନିର୍ବାଚନ ଲଢ଼ୁଥୁବାରୁ ସେମାନଙ୍କ ନିର୍ବାଚନ ପାର୍ଥୀପତ୍ର ନାକଚ କରିବା ଦାବିରେ ପାଟଣାଗଡ଼ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ୩ ଜଣ ଆଶାୟୀ ପାର୍ଥୀ । ଆଶାୟୀ ପାର୍ଥୀ ମାନେ ହେଲେ ତମିଆ ଗାଁର ସେବତୀ ଭୋଇ, ଖୁଣ୍ଟସମଲେଇ ଗାଁର ସାବିତ୍ରୀ ନାଗ ଏବଂ ଫଟାମୁଣ୍ଡା ତପି ତାଣ୍ଡି । ସେମାନଙ୍କ ଅଭିଯୋଗ ଯେ ଫଟାମୁଣ୍ଡା ଏବଂ ଖୁଣ୍ଟସମଲେଇ ପଂଚାୟତ ରେ ପ୍ରତିଦ୍ୱନ୍ଦୀ କରୁଥୁବା ଉଭୟ ସ୍ୱାମୀ ସ୍ତ୍ରୀ ପଙ୍କଜିନୀ କୁମ୍ଭାର ଓ଼ ଜୟନ୍ତ କୁମ୍ଭାରଙ୍କ ୪ ସନ୍ତାନ ସନ୍ତନ୍ତି ଅଛନ୍ତି । ତେଣୁ ସରକାରଙ୍କ ନିର୍ବାଚନ ଗାଇଡଲାଇନ ଅନୁସାରେ ବାଦ ଦେବାକୁ ଧାରଣା ଦେଇଥିବା ପାର୍ଥୀମାନେ ଅଭିଯୋଗ କରୁଛନ୍ତି । ଠିକ ସେହିପରି ଅନ୍ୟପଟେ ତମିଆ ପଂଚାୟତ ରେ ମଧ୍ୟ ସରପଞ୍ଚ ଆଶାୟୀ ପାର୍ଥୀ ଭାବେ ଲଢ଼ୁଥିବା ତାହେରା ବେଗମଙ୍କ ୩ ଟି ପୁଅଝିଅ ଥିବାରୁ ତାଙ୍କୁ ମଧ୍ୟ ବାଦ ଦେବାକୁ ସରପଞ୍ଚ ଆଶାୟୀ ପାର୍ଥୀ ସେବତୀ ଭୋଇ ଧାରଣା ଦେଇଛନ୍ତି । ପ୍ରାର୍ଥୀ ପତ୍ର ଯାଞ୍ଚ ପ୍ରକିୟା ଦିନ ମଧ୍ୟ ଅଭିଯୋଗ ଆଣିଥିଲେ ମଧ୍ୟ କୈାଣସି ପଦକ୍ଷେପ ନନେଇ ଚୂଡାନ୍ତ ତାଳିକା ରେ ନାମ ପ୍ରକାଶ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ବଲାଙ୍ଗୀର ଜିଲ୍ଲାପାଳ ଓ ଜିଲ୍ଲା ଗ୍ରାମପଞ୍ଚାୟତ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିବା ବେଳେ ବ୍ଳକ ନିର୍ବାଚନ ଅଧିକାରୀ ବିଡିଓଙ୍କ ପାଖରେ ଅଭିଯୋଗ କରିଛନ୍ତି । ହେଲେ କୈାଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଆଜି ଖୁଣ୍ଟସମଲାଇ ଗ୍ରାମ ପଞ୍ଚାୟତ ଆଶାୟୀ ସମିତି ସଭ୍ୟ ପ୍ରାର୍ଥୀ ସାବିତ୍ରୀ ନାଗ,ଫଟାମୁଣ୍ଡା ପଞ୍ଚାୟତ ଆଶାୟୀ ସମିତି ସଭ୍ୟ ପ୍ରାର୍ଥୀ ତପିନାଗ,ତମିଆଁ ପଞ୍ଚାୟତ ଆଶାୟୀ ସରପଞ୍ଚ ପ୍ରାର୍ଥୀ ସେବତୀ ଭୋଇ ପାଟଣାଗଡ଼ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଏପରିକି ଦାବି ପୂରଣ ନହେବା ଯାଏ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବେ ବୋଲି ଚେତାବନୀ । ପାଟଣାଗଡ଼ ନିର୍ବାଚନ ଅଧିକାରୀ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।