ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକ କେରାଣ୍ଡି ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀର ମାଆମାନେ ଧାନ ମଣ୍ଡି ପରିଚାଳନା ଦାୟିତ୍ୱ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଓ ପ୍ରତିବାଦ କରିବାର ଦେଖିବାକୁ ମିଳିଛି । ୨୧ ତାରିଖରେ ଆମ୍ଭମାନଙ୍କୁ ଫୋନ ଯୋଗେ କୁହାଯାଇଥିଲା ଯେ ମଣ୍ଡି ପରିଚାଳନା ନିମନ୍ତେ ଗୋଷ୍ଠୀ ଚୟନ କରାଯିବ କିନ୍ତୁ ପରବର୍ତ୍ତୀ ସମୟରେ କୌଣସି ଆଲୋଚନା ନ କରି କେଉଁ ଯୋଗ୍ୟତା ଆଧାରରେ ନିର୍ଦ୍ଦିଷ୍ଟ ଏକ ବୃନ୍ଦାବତୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ଏକ ତରଫା ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି । ଅଥବା ଆମ୍ଭମାନଙ୍କ ନିକଟରେ କେଉଁ ଯୋଗ୍ୟତାର ଅଭାବ ରହିଛି, ତେଣୁ ଆମ୍ଭେମାନେ ଉକ୍ତ ଦାୟିତ୍ୱ ପାଇବାରୁ ବଞ୍ଚିତ ହୋଇ ଅଛୁ । ଏଣୁ ଆମ୍ଭେ କେରାଣ୍ଡି ପଞ୍ଚାୟତର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ଆପଣଙ୍କ ନିକଟରେ ଅନୁରୋଧ କରୁଛୁ ଯେ ଉକ୍ତ ଗୋଷ୍ଠୀକୁ ମଣ୍ଡି ପରିଚାଳନାରୁ ନିବୃତ୍ତ କରି ସମସ୍ତ ସଦସ୍ୟା ସହମତି ପ୍ରକାରେ ଅନ୍ୟ ଏକ ଓଁ ନମଃ ଶିବାୟ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଉ ଯାହା ଫଳରେ ସମସ୍ତେ ମିଳି ମିଶି କାର୍ଯ୍ୟ କରିବା ସହ ଆମ୍ଭେ ଅଧିକ ଉତ୍ସାହିତ ହୋଇ ପାରିବୁ ବୋଲି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଥିବାର ଜଣା ପଡ଼ିଛି ।