ସମନ୍ୱିତ ରୋଗ ପୋକ ପରିଚାଳନା କୃଷକ ସଚେତନତା କର୍ମଶାଳା

ପାରଳାଖେମୁଣ୍ଡି : ସ୍ଥାନୀୟ ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତ ର ଆର ପଡିକିଆ ଗ୍ରାମରେ ଦୁଇଦିନିଆ ଧାନଗଛ ସମନ୍ୱିତ ରୋଗ ପୋକ ପରିଚାଳନା ଓ ନିୟନ୍ତ୍ରଣ ପଦ୍ଧତି ଓ ରସାୟାନିକ ବିଷୟରେ ଦୁଇ ଦିନିଆ କୃଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଅଧିନ ଏମଏସ ସ୍ୱାମୀନାଥନ ସ୍କୁଲ ଅଫ ଏଗ୍ରିକଲଚରର ଛାତ୍ର ବିଜୟ କୃଷ୍ଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କୃଷକ ସଚେତନତା କର୍ମଶାଳାରେ ସ୍ଥାନୀୟ ଅଞ୍ଚଳର ବହୁ କୃଷକ ଯୋଗ ଦେଇ ଧାନ ଗଛ ସମନ୍ୱିତ ରୋଗ ପୋକ ପରିଚାଳନା ଓ ନିୟନ୍ତ୍ରଣ ପଦ୍ଧତି ଓ ରାସାୟନିକ ସାର ପ୍ରୟୋଗ ସମୟରେ ସୁରକ୍ଷା ଅବଲମ୍ବନ ପ୍ରଣାଳୀ ବିଷୟରେ ବୁଝିବା ସହ ଭବିଷ୍ୟତରେ ତାହା କାର୍ଯ୍ୟକାରୀ କରି ଉପକୃତ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହିଭଳି କୃଷକ କର୍ମଶାଳା ଦ୍ୱାରା ସ୍ଥାନୀୟ ଅଞ୍ଚଳର ଚାଷୀମାନେ ବେଶ ଉପକୃତ ହେବା ସହ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇପାରିବେ । ଏହି କର୍ମଶାଳା ରେ ଡ଼ ଅନିନ୍ଦିତା ରାୟ ସହଯୋଗ କରିଥିଲେ ।

Comments (0)
Add Comment