ପାରଳାଖେମୁଣ୍ଡି,୨୦/୧- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଗତ କିଛିଦିନ ତଳେ ଫାୟାରଷ୍ଟେସନ ଛକଠାରୁ ନୂତନ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ କରାଯାଇଥିଲା ଯାହାଫଳରେ ସହର ସରସ ସୁନ୍ଦର ଦେଖାଯିବାର ଉଙ୍କି ମାରିଥିଲା । ବର୍ତ୍ତମାନ ସ୍ଥିତିରେ ଉଚ୍ଛେଦ ପରେ ପୂର୍ତ୍ତବିଭାଗ ରାସ୍ତାର ଉଭୟ ପାଶ୍ୱର୍ରେ ପଡିରହିଥିବା ମାଟି ଗୋଡି ପୁରାତନ ନାଳରେ ଜମି ରହିବା ଦ୍ୱାରା ପାଇପ ଲାଇନର ପାଣି ମଧ୍ୟ ଜମି ଅପରିଷ୍କାର ପରିବେଶ ସୃଷ୍ଟି ହେଉଛି । ମଶାଙ୍କ ପ୍ରାଦୁର୍ଭାବ ବଢିଯାଇଛି । ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘରକୁ ଦିଆ ଯାଇଥିବା ପାଇପ ଲାଇନ ଲିକେଜ ହୋଇ ପାଣି ଜମି ରହୁଛି । ତେଣୁ ପୂର୍ତ୍ତବିଭାଗ ଡ୍ରେନେଜର ସୁବ୍ୟବସ୍ଥା କରାଗଲେ ସହରବାସୀ ଉପକୃତ ହୋଇପାରିବେ । ଏଥିପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟିଦେଇ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଦାବି ହେଉଛି ।