ପାରଳା ପୌର ପରିଷଦରେ ସ୍ୱାୟତ୍ତ ଶାସନ ଦିବସ ନିରାଡମ୍ବରରେ ପାଳିତ

ପାରଳାଖେମୁଣ୍ଡି :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଅନୁପମ ସାହା ଉପସ୍ଥିତ ରହି ପତାକା ଉତ୍ତୋଳନ କରି ଜାତୀୟ ସଙ୍ଗୀତ ଗାନ କରାଯାଇ ଥିଲା । ପରେ ଗଜପତି ଜିଲ୍ଲା ପାଳ ଅନୁପମ ସାହା ସ୍ୱାୟତ ଶାସନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ନିଜର ସମ୍ୟକ ସୂଚନା ଦେଇ କହିଥିଲେ ଯେ ପଂଚାୟତ ରାଜ୍ ବ୍ୟବସ୍ଥାରେ ଯେପରି ଅଖଣ୍ଡ କ୍ଷମତା ରହିଛି ସେପରି ପୌର ପରିଷଦ ଓ ବିଜ୍ଞାପିତ ଅଂଚଳ ପରିଷଦରେ ନିଜର କ୍ଷମତା ନିଜହାତରେ କ୍ଷମତା ରହିଛି ଏବଂ ବହୁଳ କ୍ଷମତା ଦିଆଯାଇଛି ସେମାନେ ଟେକ୍ସ ଆଦାୟ କରି ପୌର ପରିଷଦର ଆୟକୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଲୋକଙ୍କୁ ସେବା ଯୋଗାଇ ଦେବାର ବ୍ୟବସ୍ଥା ରହିଛି ।

ପାରଳାଖେମୁଣ୍ଡି ପୌର ପରିଷଦ ଏକ ସର୍ବ ପୁରାତନ ପୌର ପରିଷଦ ଓଡ଼ିଶା ରାଜ୍ୟର ଦ୍ୱିତୀୟ ପୌର ପରିଷଦ ଭାବେ ପରିଚିତ ଅଟେ ।ଏହି ପୌର ପରିଷଦରେ ଆମେ ଆଜି ସ୍ୱାୟତ ଶାସନ ଦିବସ ପାଳନ କରୁଛନ୍ତି ।ଏହି ପୌର ପରିଷଦର ନୂତନ କୋଠା ପାଚେରୀ ଓ ସମ୍ମୁଖ ଭାଗ ନିର୍ମାଣ ହୋଇ ଥିବାରୁ କାର୍ଯ୍ୟାଳୟଟି ସୁନ୍ଦର ଦେଖାଯାଉଛି ।ଆଗାମୀ ଦିନରେ କିପରି ପାରଳା ପୌର ପରିଷଦ ଭଲ ରେଙ୍କ ରଖିବ ତା ଉପରେ ଗୁରୁତ୍ୱ ଦିଆଯାଇଛି ।ପରେ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ସ୍ୱାୟତ୍ତ ଶାସନ ଦିବସର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ସମ୍ୟକ ସୂଚନା ଦେବା ସହ ପୌର ପରିଷଦ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ସଫଳତା ହୋଇଥିବା କୋଭିଡ-୧୯ରେ ଦିନ ରାତି ସହର ବାସୀଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସେବା ଯୋଗାଇ ଆସୁଛନ୍ତି ବୋଲି କହିଥିଲେ ।ପୌର ପରିସଦରେ କାର୍ଯ୍ୟରତ କର୍ମଚାରୀ,କୋଭିଡ-୧୯ରେ ବିଭିନ୍ନ ବିଭାଗରେ କାର୍ଯ୍ୟ ରତ କର୍ମଚାରୀ ମାନେ ଦିନ ରାତି ନିରବିଚ୍ଛିନ୍ନ ଭାବେ ସେବା ଜନସାଧାରଣଙ୍କୁ ଯୋଗାଇ ଆସୁଥିବାରୁ ସେମାନଙ୍କୁ କରୋନା ଯୋଦ୍ଧା ଭାବେ ଉପଢୌକନ ପୁରସ୍କାର ଓ ମାନପତ୍ର ଦେଇ ସେମାନଙ୍କୁ ମୁଖ୍ୟ ଅତିଥି ଜିଲ୍ଲା ପାଳ ଅନୁପମ ସାହା ସମ୍ମାନିତ କରିଥିଲେ । କୋଭିଡି ୧୯ ନୀୟମକୁ ମାନି ସାମାଜିକ ଦୂରତା ରକ୍ଷା କରି ମାସ୍କ ପିନ୍ଧି କାର୍ଯ୍ୟକ୍ରମ କରାଯାଇଥିଲା । ପରେ ନବ ଜୀବନ ଟ୍ରଷ୍ଟ ଠାରେ ମିଷ୍ଟାନ୍ନ ଓ ଫଳ ବଣ୍ଟନ କରାଯାଇ ଥିଲା । କୁଷ୍ଠ । ଆଶ୍ରମରେ ମିଷ୍ଟାନ୍ନ ଓ ଫଳ ବଣ୍ଟନ କରାଯାଇଥିଲା ପରିଶେଷରେ ସହରର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Comments (0)
Add Comment