ଲକ୍ଷ୍ମୀପୂଜା ଉପଲକ୍ଷେ ପାରାୟଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଜହ୍ନ ।ପଙ୍କ,୧୭/୧୨ : ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ବାଲିଦୋହଲି ଗ୍ରାମରେ ମାର୍ଗଶିର ମାସ ଶେଷ ଗୁରୁବାର ଉପଲକ୍ଷେ ରାମାୟଣର ସୁନ୍ଦରାକାଣ୍ଡ ପ ।ରାୟଣ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ୟାସ ଭାବେ ନମିତା ସାହୁ ରାମାୟଣ ପାଠ କରିଥିଲେ । ସନ୍ଧ୍ୟାରେ ଗୋଛ ।ପଡ଼ । ଗୁପ୍ତେଶ୍ୱର ଦଣ୍ଡ, କମିରା ସିଂହ ।ସିନି ଦଣ୍ଡ ଓ କୃଷ୍ଣପାଲି ଦଣ୍ଡନୃତ୍ୟ ପରିବେଷଣ କରିଥିଲେ । ରାତିରେ ଉମାକାନ୍ତ ବାରିକ ଓ ସାଥୀଙ୍କ ଦ୍ୱାରା ସମ୍ବଲପୁରୀ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଖୁଂଟବନ୍ଧ ସରପଞ୍ଚ ମିତ୍ରଭାନୁ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଜହ୍ନ ।ପଙ୍କ ଫାଣ୍ଡିର ପୋଲିସ ଏଏସ ଆଇ ସୁବାଷ ଚନ୍ଦ୍ର ମିଶ୍ର, ବଡ ଖବର ଜିଲ୍ଲା ପ୍ରତିନିଧି ସୁଧାଂଶୁ ଶେଖର ମିଶ୍ର, ସାମ୍ବାଦିକ ପ୍ରକାଶ ବାରିକ,ପ୍ରଦୀପ ଯୋଗଦେଇ ଲକ୍ଷ୍ମୀପୂଜାର ମାହାତ୍ମ୍ୟ ସମ୍ପର୍କରେ କହିଥିଲେ । ଲକ୍ଷ୍ମୀ ନାରାୟଣ ନାଟ୍ୟ ସଂସଦର ସଭାପତି ସୁରମଣି ମିଶ୍ର ସ୍ୱାଗତ ଭାଷଣ, ମଞ୍ଚ ପରିଚାଳନା ଓ ଧନ୍ୟବାଦ ଦେଇଥିଲେ । ଲକ୍ଷ୍ମୀ ନାରାୟଣ ନାଟ୍ୟ ସଂସଦ ଆନୁକୂଲ୍ୟରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମ୍ପାଦକ ରବୀନ୍ଦ୍ର ପ୍ରଧାନ , ମକନା ମହାକୁଡ, ନନ୍ଦୀ କଲତା , ସୁଗ୍ରୀବ ମହାକୁଡ, ମଙ୍ଗୁଲୁ ମହାକୁଡ, ଶ୍ୟାମ ଦନାୟକ , ଅଜିତ କଲତା, ମନୋଜ ପ୍ରଧାନ, ସୁମନ୍ତ ପ୍ରଧାନ, ଝରିଆ ମିଶ୍ର, ହୃଷି ପ୍ରଧାନ, ଛବି ଡ଼କ୍ଷଙ୍ଗ ,ପ୍ରଦୀପ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ଜହ୍ନ ।ପଙ୍କ ପୋଲିସର ସମସ୍ତ କର୍ମଚାରୀ ଶାନ୍ତି ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଥିଲେ ।

breaking newsnewsParayan and cultural events on the occasion of Lakshmi Pujatop newsଲକ୍ଷ୍ମୀପୂଜା ଉପଲକ୍ଷେ ପାରାୟଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ
Comments (0)
Add Comment