ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହେଲା ପରିବର୍ତ୍ତନ ଯାତ୍ରା

ସୁବର୍ଣ୍ଣପୁର : ଆଜିଠାରୁ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ଉଲୁଣ୍ଡା ବ୍ଲକର, ତିକୁଡା ଗ୍ରାମର ହନୁମାନ ମନ୍ଦିରରୁ ପୂଜାର୍ଚ୍ଚନା କରି ସକାଳୁ ଆରମ୍ଭ ହେଲା ବଳଦେବ ବେଦବାକଙ୍କ ପରିବର୍ତ୍ତନ ଯାତ୍ରା । ଉଲୁଣ୍ଡା ବ୍ଲକର ତିକୁଡା, ପଣ୍ଡାଫାଳ ଓ ଘମଡିଆପାଲି ଆଦି ଗ୍ରାମକୁ ପରିବର୍ତ୍ତନ ଯାତ୍ରା ବାହାରିଥିଲା । ଏହି ଯାତ୍ରାରେ ଜନସାଧାରଣ ବିଶେଷ ଭାବରେ କୃଷକ ଶ୍ରମିକ ମାଁ ଓ ମାଉସୀ ମାନେ ସ୍ୱତଃ ଯୋଗଦେଇ ନିଜ ନିଜର ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି , ପିଇବା ପାଣିର ଘୋର ଅଭାବ, ଟାଟା ପାୱାରର ଅତ୍ୟାଚାର, କିଡନି ରୋଗୀଙ୍କ ସମସ୍ୟା, ଦାଦନ ସମସ୍ୟା, ଜଳସେଚନର ଅଭାବ, ସ୍କୁଲରେ ଶିକ୍ଷକଙ୍କର ଅଭାବ ଇତ୍ୟାଦି ପ୍ରସଙ୍ଗରେ ଅଭିଯୋଗ ମାନ ରଖିଥିଲେ । ତୁରନ୍ତ ଉକ୍ତ ପ୍ରସଙ୍ଗ ଉପରେ ଜିଲ୍ଲା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବାକୁ ଶ୍ରୀ ବେଦବାକ ସମସ୍ତଙ୍କୁ ପ୍ରତିଶ୍ରୁତି ଦେବାସହ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅସୁବିଧା ସବୁକୁ ସେହି ଗ୍ରାମରୁ ହିଁ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରି କିଛିର ସମାଧାନ ହୋଇପାରିଥିଲା, ଯାହାକି ଉପସ୍ଥିତ ଗ୍ରାମବାସୀମାନେ ଖୁବ୍‌ ଉତ୍ସାହିତ ହୋଇଥିଲେ । ଆଜିର ଯାତ୍ରାରେ ଯୁବନେତା ସନତ କୁମାର ହୋତା, ସୁରେଶ ପାତ୍ର, ମନୋରଞ୍ଜନ ପଧାନ, ରବି ପୋଢ଼, କେଶବ ସାହୁ, ବିଭୁଦତ୍ତ ମହାପାତ୍ର, ବାପି ଦାଶ,ଛବି ମେହେର,ସଂଜୀବ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

Comments (0)
Add Comment