ପାଟଣାଗଡ଼ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ପାଟଣାଗଡ,୮/୪- ପାଟଣାଗଡ ସ୍ଥାନୀୟ ରମାଇଁ ହାଇସ୍କୁଲ ପରିସରରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝିଙ୍କ ଦ୍ୱାରା ଅନୁଷ୍ଠିତ ଏହି ମେଳାରେ ମୋଟ ୧୩୩ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ସେଥିମଧ୍ୟରୁ ଶ୍ରେଷ୍ଠ ୬ ଟି ପ୍ରକଳ୍ପ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ପାଇଁ ଚୟନ କରାଯାଇଥିଲା । ଖପ୍ରାଖୋଲ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଓମ ପ୍ରକାଶ ମେହେର ଓ ଧଣ୍ଡାମୁଣ୍ଡା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଅଜୟ କୁମାର ଭୋଇ ବିଚାରକ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ । ଶିବପ୍ରସାଦ ମେହେର ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିଲେ । ସନ୍ଧ୍ୟାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ସ୍ଥାନୀୟ ବିଧାୟକ ସରୋଜ କୁମାର ମେହେର ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଶୁ ବିଜ୍ଞାନୀ ମାନଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟବକ୍ତା ଆନନ୍ଦ ଦାସ ବିଜ୍ଞାନ ମେଳାର ଗୁରୁତ୍ୱ ଉପରେ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ ।

ଏନ୍‌ଏସି ଅଧକ୍ଷା ମାନସୀ ବିଶ୍ୱାଳ, ପଞ୍ଚାୟତ ସମିତି ଅଧ୍ୟକ୍ଷ ନୀଳକାନ୍ତ ବାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ବିଇଓ ଶଙ୍କର ପ୍ରସାଦ ମାଝୀ । ଆବାହକ ତଥା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ବିଶ୍ୱାଳ ବିଜ୍ଞାନ ମେଳା ବିବରଣୀ ଉପସ୍ଥାପନ କରିଥିବାବେଳେ ସଭା କାର୍ଯ୍ୟ ଓ ପୁରସ୍କାର ବିତରଣର ସଂଯୋଜନା କରିଥିଲେ । ବ୍ଳକ ସ଼଼ଂଯୋଜକ ଓଁକାର ରଞ୍ଜନ ମିଶ୍ର ଏହି ଅବସରରେ ପିଲାଙ୍କ ଦ୍ୱାରା ଅନୁଷ୍ଠିତ ନୃତ୍ୟଗୀତରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପାଟଣାଗଡ଼ ତଥା ଆଖପାଖ ଅଂଚଳର ବିଜ୍ଞାନ ପ୍ରେମୀ ଶତାଧିକ ଜନସାଧାରଣ ଆସି ପ୍ରକଳ୍ପ ପରିଦର୍ଶନ କରି ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ଶିକ୍ଷକ ସୁରେନ୍ଦ୍ର ଚନ୍ଦ୍ର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment