ପାଟଣାଗଡ଼,୨୮/୪- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହରିଶଙ୍କର ଗସ୍ତ କରି ଫେରିଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ । ମଙ୍ଗଳବାର ରାତିରେ ପହଞ୍ଚି ହରିଶଙ୍କର ମନ୍ଦିର, ଝରଣା ଆଦି ବୁଲି ଦେଖିବା ସହ ମିଶନ ଶକ୍ତି ପାନ୍ଥନିବାସରେ ରାତ୍ରିଯାପନ କରିଥିଲେ । ଏହି ଅବସରରେ ପ୍ରଶାସନିକ ଅଧିକାରୀଙ୍କ ସହ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ମିଶନ ଶକ୍ତି ଦ୍ୱାରା ଆରମ୍ଭ ହୋଇଥିବା ମହିଳାଙ୍କ ଦ୍ୱାରା ପରିଚାଳିତ କାଫେ ରେଷ୍ଟୁରୀ ବୁଲି ଦେଖିବା ସହ ଖୁସିବ୍ୟକ୍ତ କରିଥିଲେ । ଏହି ଅବସରରେ ପଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ, ଖପ୍ରାଖୋଲ ବିଡିଓ ରଶ୍ମିରଞ୍ଜନ ରାଉତ, ମିଶନଶକ୍ତି ଚିପିଏମ୍ ସୁମନ ତ୍ରିବେଦୀ, ସିଡିପିଓ ସୁଜାତା ଦୋରା ପ୍ରମୁଖ ଉପସ୍ଥିତ ଥିଲେ ।