ପାଟଣାଗଡ,୧/୧୨- ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡ଼ା ଥାନା ଧୁମାଭଟା ଗ୍ରାମରେ ଜଣେ ବେଆଇନ କଫ ସିରଫ ବ୍ୟବସାୟ ଚଳାଇଥିବା ଜନୈକ ବ୍ୟବସାୟୀଙ୍କୁ ଆଜି ବେଲପଡା ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ଧୂମାଭଟା ଗ୍ରାମର ଧର୍ମେନ୍ଦ୍ର ପ୍ରଧାନ ନିଜ ଫୋଟୋ ଦୋକାନରେ କଫ ସିରଫ ବ୍ୟବସାୟ ଚଳାଇଥିବା ବେଳେ କୈାଣସି ସୂତ୍ରରୁ ସୂଚନା ପାଇ ବେଲପଡା ପୋଲିସ ପହଞ୍ଚି ବେଆଇନ ଭାବେ କଫ ସିରଫ ବିକୁଥିବା ବେଳେ ୫୧ ବୋତଲ କଫ ସରିଫ ଓ ୩୦ ଟି ନିଶାଟାବଲେଟ୍ ଜବତ ଜବତ କରିବାସହ ଧର୍ମେନ୍ଦ୍ରଙ୍କୁ ଗିରଫ କରିବାସହ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ।