୨୨ ତମ ୱାଇସିସି ଡୁଙ୍ଗୁରିଗୁରା କପ୍‌ ଉଦଯାପିତ

ପାଟଣାଗଡ,୬/୨- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଡୁଙ୍ଗୁରିଗୁରା ଗ୍ରାମର ୱାଇସିସି ଆନୁକୁଲ୍ୟରେ ୨୨ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ମୁଖ୍ୟଅତିଥିଭାବେ ଆଦିବାସୀ କଲ୍ୟାଣ ସଂଘ ଉପଦେଷ୍ଟା ତଥା ଅବସରପ୍ରାପ୍ତ ଅବକାରୀ ଅଧିକାରୀ ପୁରୁଷୋତ୍ତମ ଧରୁଆ ଓ ସମ୍ମାନିତ ଅତିଥିଭାବେ ନେତ୍ରା ନନ୍ଦ ଧରୁଆ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ । ମାଲିଝର ଓ ଭରୁଆମୁଣ୍ଡା ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ଭରୁଆମୁଣ୍ଡା ଦଳ ମାଲିଝର ଦଳକୁ ହରାଇ ଏ ବର୍ଷର ଚମ୍ପିୟାନ ହୋଇଛି । ଗୁରୁବାରୁ ଧରୁଆ ଓ ରଞ୍ଜିତ ସେଠ୍‌ ମ୍ୟାଚରେ ଅମ୍ପାୟାର ଦାୟିତ୍ୱ ତୁଲାଇଥିଲେ । ସମ୍ମାନୀତଅତିଥି ନେତ୍ରା ନନ୍ଦ ଧରୁଆ ଉପବିଜେତା ମାଲିଝର ଦଳକୁ ନଗଦ ଟ୬୦୦୦/-ଙ୍କା ସହ ଟ୍ରଫି ଓ ବିଜେତା ଭରୁଆ ମୁଣ୍ଡା ଦଳକୁ ସମ୍ମାନୀତ ଅତିଥି ପୁରୁଷୋତ୍ତମ ଧରୁଆ ନଗଦ ଟ୧୦୦୦୦/-ଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା ।

ଏହି ମ୍ୟାଚରେ ରଥ ଧରୁଆ, ସୁରେନ୍ଦ୍ର ଧରୁଆ, ଦୟା ଧରୁଆ, ପ୍ରଶାନ୍ତ ଧରୁଆ, ଉପେନ୍ଦ୍ର ଧରୁଆ, ଅଶୋକ ସୁନାନି, ଟିକେଶ୍ୱର ଧରୁଆ, ଗଣେଶ ଧରୁଆ, ଭାସ୍କର ଧରୁଆ, ଅକ୍ଷୟ ଧରୁଆ ଅମର ସୁନା, ପ୍ରତାପ ସୁନା ପ୍ରମୁଖ ସମସ୍ତ ୱାଇ ସି ସି ର ସଦସ୍ୟ ସହଯୋଗ କରିଥିଲେ ।

Comments (0)
Add Comment