କରୋନାରେ ଚାଲିଗଲେ ପାଟଣାଗଡ ସମ୍ବାଦ ପ୍ରତିନିଧି ଜତିଶ ଖମାରୀ

ପାଟଣାଗଡ,୧୬/୪: ବଲାଙ୍ଗିର ଜିଲ୍ଲା ପାଟଣାଗଡ ସମ୍ବାଦ୍‌ର ସାମ୍ବ ।ଦିକ ଜତିଶ ଖମାରୀ (୪୬)ଙ୍କ ଗୁରୁବାର ରାତି ୧୦ଟାରେ ପରଲୋକ ଘଟିଛି । ତାଙ୍କର ମୃତ୍ୟୁଖବର ପ୍ରଚାର ହେବାପରେ ପାଟଣାଗଡ ଅଞ୍ଚଳ ତଥା ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି । ଜଣେ ନିରପେକ୍ଷ, ନିର୍ଭୀକ ସାମ୍ବାଦିକ ତଥା ପରୋପକାରୀ ମଣିଷ ଭାବେ ବେଶ୍‌ ପରିଚିତ ଥିଲେ । ଦୀର୍ଘ ୨୫ ବର୍ଷ ଧରି ସେ ସାମ୍ବାଦିକତା କରିଥିଲେ । ମହାମାରୀ କରୋନା କବଳରେ ପଡି ଶେଷରେ ସେ ହାରି ଯାଇଛନ୍ତି । ସୁଚନା ଅନୁଯାୟୀ ଗତ କିଛିଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ପ୍ରଥମେ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । ପରେ ବଲାଙ୍ଗିର ଭୀମଭୋଇ ମେଡିକାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଚିକିତ୍ସିତ ହେଉଥିବାବେଳେ ମୃତ୍ୟୁବରଣ କରିଥିଲେ ।

Comments (0)
Add Comment