ପାଟଣାଗଡ,୧୬/୭- ବଲାଙ୍ଗିର ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ମରୁଆଠାରେ ଆଜି ବିଜେପି ଓ କଂଗ୍ରେସ ଦଳ ଛାଡ଼ି ୧୬୪ ଜଣ ବିଜେଡିରେ ଯୋଗଦାନ କରିଛନ୍ତି । ବିଜେଡିର ନିର୍ମଳ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ଠାରେ ଯୁବ ନେତା ଆର୍ତ୍ତ ସାହୁଙ୍କ ନେତୃତ୍ୱରେ. ମରୁଆ ଗ୍ରାମ ପଞ୍ଚାୟତର ୯୭ ଜଣ,ତାଳପତ୍ର ଗ୍ରାମର ୨୬ଜଣ ପଣ୍ଡାରିପାଣି ଗ୍ରାମ ୨୩ ପାଢେଲ ଗ୍ରାମର ୧୮ ଜଣ ସର୍ବମୋଟ ୧୬୪ଜଣ ବିଜେପି ଓ କଂଗ୍ରେସ ଦଳ ଛାଡ଼ି ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ଏହି ଅବସରରେ ବିଧାୟକ ନୋମିନି ସୀମାଞ୍ଚଳ ପଧାନ, ଡିଙ୍ଗର ନାଗ, କରୁଣା ମେହେର, ପ୍ରଦୀପ ମେହେର, ବୁଲୁ ଠାକୁର, ଯୁଧିଷ୍ଠିର ସିଂ, ଦୁର୍ଯ୍ୟୋଧନ ସାହୁ ପ୍ରମୁଖ ବିଜୁ ଜନତା ଦଳର କର୍ମକର୍ତ୍ତା ସାମିଲ ଥିଲେ ।