ପାଟଣାଗଡ଼,୨୩/୮- ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଜୁରିଆ ଗ୍ରାମର ଜଣେ ଯୁବକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ଜୁରିଆ ଗ୍ରାମର ଗୋରଚନ୍ଦ୍ର ସେଠଙ୍କ ପୁଅ ଅବିନାଶ ସେଠ( ୧୯) ଗ୍ରାମର ବନମାଳୀ ଛକ ବାହାଲ ଭଟଲି ଗ୍ରାମ ଯିବା ରାସ୍ତାରେ ଥିବା ଦମାଇପାଲି ଗ୍ରାମର ଲିଙ୍ଗରାଜ ରଣାଙ୍କ ବଗିଚାରେ ଥିବା ବୋରୱ ।ଲକୁ ଗାଧୋଇ ଯାଇଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ହିଁ ମୃତ୍ୟୁବରଣ ଘଟିଛି । କ୍ଷତିପୂରଣ ଦାବିରେ ପାଟଣାଗଡ଼ରୁ ପଦ୍ମପୁର ରାସ୍ତା ଜୁରିଆ ବସଷ୍ଟାଣ୍ଡରେ ଶବ ରଖି ରାସ୍ତା ଅବରୋଧ କରିଥିଲେ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ଲିଙ୍ଗରାଜ ରଣା ଦୀର୍ଘ ଦିନ ଧରି ବେଆଇନ ଭାବେ ରନ୍ଧା ମଦ ବିକ୍ରି କରିବାର କରୁଥିବା ବେଳେ ଅଞ୍ଚଳ ଯୁବ ଗୋଷ୍ଠୀ ମଦ ପିଇବାକୁ ଆକୃଷ୍ଟ ହୋଇ ସେଠାକୁ ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତୁରନ୍ତ ବେଆଇନ ମଦ ବିକ୍ରି କରୁଥିବା ବେପାରୀ ଲିଙ୍ଗରାଜ ରଣାଙ୍କୁ ଗିରଫ କରିବା ଓ ମୃତ୍ୟୁବରଣ କରିଥିବା ପରିବାର ଲୋକଙ୍କୁ କ୍ଷତିପୂରଣ ଯୋଗାଇ ଦେବା ଦାବିରେ ଲୁହାସିଂହା ସରପଞ୍ଚ ରଞ୍ଜିତା ସୁନା ଓ ସମାଜସେବୀ ଲଲିତ ମୋହନ ସୁନାଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ । ଲରମ୍ଭା ଥାନା ଅଧିକାରୀ ବାରୁଣୀ ଦାସ , ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଘଟଣାସ୍ଥଳ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତା ଅବରୋଧ କରିଥିବା ଜଣାପଡିଛି ।