ଦୂଷିତ ପାଣି ପିଇ ଶତାଧିକ ଆକ୍ରାନ୍ତ, ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି

ପାଟଣାଗଡ଼,୨୨/୨- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଓଡିଆପାଲି ପଞ୍ଚାୟତ ଗୁଣ୍ଡୁରୁପାଲି ଗ୍ରାମର ଶତାଧିକ ମହିଳା ପୁରୁଷ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ଗ୍ରାମରେ ଥିବା ଏକମାତ୍ର ସୋଲାରଚାଳିତ ନଳକୂପ ଉପରେ ଗ୍ରାମବାସୀ ନିର୍ଭର କରିଥାନ୍ତି । ଗତ ଦୁଇ ତିନିଦିନ ହେବ ଉକ୍ତ ନଳକୂପ ପାଣି ବ୍ୟବହାର କରିବାରୁ ଗ୍ରାମର ଶହେରୁ ଉର୍ଦ୍ଧ୍ୱ ଲୋକଙ୍କ ପେଟ ଦରଜ ହେବାସହ ଝାଡ଼ା ହୋଇଥିବାବେଳେ କଲାବତୀ କଠାର ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିର୍ି ହୋଇଥିଲେ । ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିବାରୁ ଡାକ୍ତର ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାକୁ ରେଫର କରିଦେଇଛନ୍ତି ।

ସୂଚନା ପାଇ ଏଏନ୍‌ଏମ ଓ ଆଶାକର୍ମୀ ଶୋଭାଗିନୀ ବଗର୍ତ୍ତି ଘରକୁ ଘର ବୁଲି ଓଆରଏସ ,ମେଟୋନାଲ ଟାବଲେଟ ଦେଇଥିଲେ । ଔଷଧ ଖାଇବାପରେ ଝାଡ଼ା ବନ୍ଦ ହୋଇଥିବା ଆଶା କର୍ମୀ ଶୋଭାଗିନୀ ବଗର୍ତ୍ତି କହିଛନ୍ତି । ଝାଡ଼ା ରୋଗରେ ଆକ୍ରାନ୍ତ ଉମାକାନ୍ତୀ ହାତୀ (୧୮), ଶୋଭାକର ସେଲସା (୬୦), ଆଲିସା ବାଗ, ସତ୍ୟକୁମୁରା , ପୁଷ୍ପାଲତା ନିଆଲ, ସନ୍ତୋଷ ବାଗ, ମନିଷା ଛତର, ଅଙ୍କାର ଗିଦିଲି, ଜିରା ନିଆଲ, ରାଜାରାମ ନିଆଲ , ଗିରିଧାରୀ ନିଆଲ , ମାଳତୀ ନିଆଲ ପ୍ରମୁଖଙ୍କ ସହ ଗ୍ରାମର ଶହେରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତଥିବା ସୁଚନା ମିଳିଛି । ଗୋଟିଏ ୱ ।ଡର଼୍ ବିଶିଷ୍ଟ ୨୫୦ ପରିବାର ବସବାସ କରୁଥିବାବେଳେ ଗୋଟିଏ ସୋଲାର ଚାଳିତ ନଳକୂପ ଉପରେ ଗ୍ରାମବାସୀ ନିର୍ଭର କରିଥାନ୍ତି । ନଳକୂପର ଚାରିପାର୍ଶ୍ୱରେ ପାଣି ଜମିରହିଥିବା ଏବଂ ଅଳିଆ ଆବର୍ଜନା ହେତୁ ପାଣି ଦୂଷିତ ହୋଇଥିବା ଯୋଗୁଁ ଏପରି ପରିସ୍ଥିତି ଉପୁଜିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Comments (0)
Add Comment