ପାଟଣାଗଡ଼ରେ ନୂତନ ଉପଖଣ୍ଡ ଚିକିତ୍ସାଳୟର ଭୂମିପୂଜନ କଲେ ଯୁବ ବିଧାୟକ

ପାଟଣାଗଡ଼,୧୩/୮ – ବଲାଙ୍ଗିର ଜିଲା ପାଟଣାଗଡ଼ରେ ଏକ ନୂତନ ଡାକ୍ତରଖାନା ରାମପାଳି ଠାରେ ଆଜି ପାଟଣାଗଡ଼ ଯୁବ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥିଭାବେ ଯୋଗଦେଇ ଭୂମିପୂଜନ କରିଛନ୍ତି । ବିଧାୟକ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ ଡାକ୍ତରଖାନାଟି ତିନି ମହଲା ବିଶିଷ୍ଟ ନିର୍ମିତ୍ତ ହେବ । ଏଥିରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଜନସାଧାରଣ ପାଇପାରିବେ । ଗର୍ଭବତୀ ମହିଳା ଓ ଶିଶୁମାନେ ଅଧିକ ସୁବିଧା ପାଇପାରିବେ ବୋଲି ବିଧାୟକ କହିଛନ୍ତି । ଏହି ନୂତନ ଡାକ୍ତରଖାନାର ଅଟକଳ ୨୨ କୋଟି ୨୯ ଲକ୍ଷ ୬୧ ହଜାର ଟଙ୍କା ହୋଇଥିବାବେଳେ ଦୁଇ ବର୍ଷ ମଧ୍ୟରେ ଶେଷହେବ ବୋଲି ପୂର୍ତ୍ତବିଭାଗର ନିର୍ବାହୀଯନ୍ତ୍ରୀ ଅର୍ଜୁନ ବେହେରା ସୂଚନା ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ପାଟଣାଗଡ ଏସ୍‌ଡିପିଓ ଜ୍ୟୋତିର୍ମୟୀ ଭୁକ୍ତା, ଥାନା ଅଧିକାରୀ ଅନନ୍ତ ପ୍ରଧାନ, ଏନ୍‌ଏସି ନିର୍ବାହୀ ଅଧିକାରୀ । ସୁକାନ୍ତ ବେଉରା, ପୂର୍ତ୍ତର୍ବିଭାଗର ଏସ୍‌ଡିଓ ଅରୁଣ ପ୍ରକାଶ ଟେଟେଙ୍କ ସହ ଏହାକୁ ନିର୍ମାଣ କରୁଥିବା ସଂସ୍ଥାର ଶମ୍ଭୁ ପ୍ରସାଦ ଗୋଏଲ୍‌ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଇନ୍ଦୁଭୂଷଣ ଠାକୁର ପରିଚାଳନା କରିଥିବାବେଳେ ପାଟଣାଗଡ ଉପଖଣ୍ଡ ଚିକିତ୍ସାଳୟର ଏସ୍‌ଡିଏମ୍‌ଓ ପୀତବାସ ସା ଧନ୍ୟବାଦ ଦେଇଥିଲେ ।

Comments (0)
Add Comment