ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ୨୭ ତମ ବିଶ୍ୱ ଆଦିବାସୀ ଦିବସ ପାଳିତ

ପାଟଣାଗଡ,୯/୮- ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସ୍ଥାନୀୟ ଆଦିବାସୀ ଭବନ ପରିସରରେ ସଂଘ ପକ୍ଷରୁ ୨୭ ତମ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ବିର୍ସା ମୁଣ୍ଡା ,ଜୟ ସିଂ ପାଳ ମୁଣ୍ଡା, ରିଣ୍ଡୋ ମାଝୀଙ୍କ ସହ ସଂଘ ଜିଲ୍ଲା ସଭାପତି ସ୍ୱର୍ଗତ ବ୍ରଜ କିଶୋର ସିଂ ଭୋଇଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ୱଳନ କରାଯାଇଥିଲା । ସଂଘ ସଭାପତି ଅଷ୍ଟରତ୍ନ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରାରମ୍ଭିକ ସାମୁହିକ ଭାବରେ ସଂଗ୍ରାମୀ ସଙ୍ଗୀତ ସଂଘର ଯୁଗ୍ମ ସମ୍ପାଦକ ଗିରିଧାରୀ ଭୋଇ ଗାଇଥିଲେ । ଉପ ସଭାପତି ଗଦି ବରିହା ,ସଂପାଦକ ସାରଥୀ ବାଗ ,ମରୁଆଁ ପଞ୍ଚାୟତ ସରପଞ୍ଚ ତଥା ଆଦିବାସୀ ନାରୀନେତ୍ରୀ ସନ୍ତୋଷିନୀ ବିଶି , ଯୁଗ୍ମ ସମ୍ପାଦକ ଗିରିଧାରୀ ଭୋଇ, ସଂଗଠକ ଲେକୃ ଧରୁଆ ,ଯତିନ ବୁଡେକ ପ୍ରମୁଖ ଯୋଗଦେଇ ଆଦିବାସୀଙ୍କ ହକ ଅଧିକାର, ଶିକ୍ଷା , ସ୍ୱାସ୍ଥ୍ୟ, , ସଂସ୍କୃତି , ଐତିହ୍ୟ , ପରଂପରା ଏକତା , ସାମ୍ବିଧାନିକ ଅଧିକାର , ଭାଷା ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ପରେ ୭ ଦଫା ସମ୍ବଳିତ ଦାବିପତ୍ର ସହକାରୀ ଉପଜିଲ୍ଲାପାଳ କ୍ଷିରୋଦ ଚନ୍ଦ୍ର୍ର ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । ଚଳିତ ଶିକ୍ଷାବର୍ଷରେ ହେବାକୁଥିବା ଯୁକ୍ତ ଦୁଇ ,ଗ୍ରାଜୁଏସନ, ଟେକ୍ନିକାଲ,ଭୋକେସନାଲ ,ପ୍ରୋଫେସନାଲ କଲେଜ ମାନଙ୍କରେ ନାମ ଲେଖା ଫି’ ସଂପୂର୍ଣ୍ଣ ଛାଡ଼ କରିବା , ମେଡିକାଲ୍‌ , ଇଂଜିନିୟରିଂ ,ପ୍ରୋଫେସନାଲ କଲେଜ ଗୁଡିକରେ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଶତକଡା ୨୨.୫୦ ପ୍ରତିଶତ ସିଟ୍‌ ସଂରକ୍ଷଣ କରିବା , ସ୍ମାର୍ଟ ମୋବାଇଲ ଫୋନ ପ୍ରଦାନ କରିବା ପ୍ରମୁଖ ଦାବି ରହିଛି ।

Comments (0)
Add Comment