ପାଟଣାଗଡ,୭/୭- ସମଗ୍ର ବିଶ୍ୱରେ କରୋନା ମହାମାରୀ ଜନିତ କଟକଣା ସମୟରେ ସଂପୂର୍ଣ୍ଣ ନିଃଶୁଳ୍କ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାପାଇଁ କିସ କିଟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ କନ୍ୟା କିରଣର ପ୍ରତିଷ୍ଠାତା , ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ କିସ୍ର ଛାତ୍ରଛାତ୍ରୀ ମାନଙ୍କ ଉଚ୍ଚ ଶିକ୍ଷା, ଗୁଣାତ୍ମକ ଶିକ୍ଷା, ଅନ ଲାଇନ ଶିକ୍ଷା ବ୍ୟବସ୍ଥାକୁ ଅନବରତ ଜାରି ରଖିବା କାର୍ଯ୍ୟକ୍ରମ ହାତକୁ ନେଇ ସାରା ବିଶ୍ୱରେ ଉଦାହରଣ ସୃଷ୍ଟି କରିଛନ୍ତି । କରୋନା କଟକଣା ପରିସ୍ଥିତିରେ କିସ ଛାତ୍ରଛାତ୍ରୀ ମାନଙ୍କୁ ନିରବଚ୍ଛିନ୍ନ ପୁରାପୁରି ମାଗଣା ଶିକ୍ଷା ଦାନ ପାଇଁ କିସ ତରଫରୁ ଅନଲାଇନ ଲାଇଭ କ୍ଲାସ ଏବଂ କଳିଙ୍ଗ ଟିଭି ମାଧ୍ୟମରେ ଲାଇଭ କ୍ଲାସ ଶିକ୍ଷା ପ୍ରଦାନ କରାଯାଉଛି । ଦଶମ,ଦ୍ୱାଦଶ, +୩ଏବଂ ପିଜି ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋଜେକ୍ଟର ମାଧ୍ୟମରେ ଶିକ୍ଷା ପ୍ରଦାନ ସହିତ କିସ କିଟ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କ ନିର୍ଦ୍ଦେଶକ୍ରମେ କିସ ର ଶିକ୍ଷକ ମାନେ ପ୍ରତିମାସ ଛାତ୍ରଛାତ୍ରୀ ମାନଙ୍କ ପାଠପଢା ଅନୁଧ୍ୟାନ କରିବାକୁ ପ୍ରତିବ୍ଲକକୁ ଆସୁଛନ୍ତି । କିସ କିଟ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ ଙ୍କ ଅବଦାନ ଫଳରେ ଦ୍ୱାଦଶ ପର୍ଯ୍ୟାୟ ତଥା ୨୦୨୧ ଚଳିତ ନୂତନ ଶିକ୍ଷାବର୍ଷର ପ୍ରଥମ ପର୍ଯ୍ୟାୟରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପାଠ୍ୟ ପୁସ୍ତକ, ଉପକରଣ ,ଶୁଖିଲା ଖାଦ୍ୟ ସାମଗ୍ରୀ ,ସାନିଟାଇଜର ଆଦି ସମସ୍ତ ବ୍ଲକ ରେ ବଣ୍ଟନ କରାଯାଇଛି । ଆଜି ବଲାଙ୍ଗିର ଜିଲ୍ଲାର ୧୪ ଗୋଟି ବ୍ଲକରେ କିଟ ବିଶ୍ୱବିଦ୍ୟାଳୟର ୨ ଟି ବସ୍ଯୋଗେ ସାମଗ୍ରୀ ପହଞ୍ଚିଥିଲା । ଆଜି ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କର୍ମକର୍ତ୍ତାମାନେ ପାଠ୍ୟ ଉପକରଣ ,ଶୁଖିଲା ଖାଦ୍ୟ ସାମଗ୍ରୀ ,ସାନିଟାଇଜର ଇତ୍ୟାଦି ବଣ୍ଟନ କରିବାରେ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ କରୋନା ମହାମାରୀ ଭୂତାଣୁ ଜନିତ ଲକ ଡାଉନ କଟକଣା ଯୋଗୁଁ ମାର୍ଚ୍ଚ ୨୦୨୦ ଦ୍ୱିତୀୟ ସପ୍ତାହରୁ ଭାରତ ତଥା ଓଡିଶାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । କିସ ଆଦିବାସୀ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରରେ ଅଧ୍ୟୟନରତ ତିରିଶ ହଜାର ଆଦିବାସୀ ଛାତ୍ରଛାତ୍ରୀ ମଧ୍ୟ କରୋନା ଆତଙ୍କର ପ୍ରଭାବ ଯୋଗୁଁ ନିଜ ନିଜ ଗାଁ ରେ ରହୁଛନ୍ତି । କିସର ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷା ଚିନ୍ତା ସହିତ ପାଠପଢା ଅବ୍ୟାହତ ରଖିବା ପାଇଁ କିସ ଆଦିବାସୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡ଼ ସାମନ୍ତ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ପୁସ୍ତକ ସହିତ ପ୍ରଥମ ପର୍ଯ୍ୟାୟରେ ସାନିଟାଇଜର,ସୋୟାବିନ,ସୁଜି,ଚାଉଳ ,ଚୁଡା ,ବିସ୍କୁଟ ,ଚିନି ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରି ଗରିବ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅନାବିଳ ସ୍ନେହ ମମତା ର ପରିଚୟ ସୃଷ୍ଟି କରିଛନ୍ତି । ସମ୍ପୂର୍ଣ ନିଃଶୁଳ୍କ ନିରନ୍ତର ପାଠପଢା ଚାଲୁ ରଖିବା ପାଇଁ କଳିଙ୍ଗ ଟିଭି ମାଧ୍ୟମରେ ଶିକ୍ଷାଦାନ ,ଅନଲାଇନ ଶିକ୍ଷାଦାନ ବ୍ୟବସ୍ଥା ଜାରି ରଖି ଶିକ୍ଷା ଇତିହାସ ରେ ମାଇଲ ଖୁଣ୍ଟ ସୃଷ୍ଟି କରିଛନ୍ତି । କିସ କିଟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କ ଗରିବ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଯୁଗାନ୍ତକାରୀ ପ୍ରୟାସଏବଂ ଐତିହାସିକ କାର୍ଯ୍ୟକୁ ଆଦିବାସୀମାନେ କୃତଜ୍ଞତା ଜଣାଇଛନ୍ତି । କିସ ତରଫରୁ ପ୍ରଦତ୍ତ ବିଭିନ୍ନ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି, ବ୍ଲକ ସଭାପତି ଅଷ୍ଟରତ୍ନ ବରିହା ,ବିପ୍ର ବିଶି ,ପଦ୍ମନ ପ୍ରଧାନୀ,ଶରତ ଚନ୍ଦ୍ର ସିଂ ଭୋଇ ,ଦୁଃଖିଶ୍ୟାମ ଭୋଇ ,ଘିମାନନ୍ଦ ଭୋଇ , ଖେଳନ୍ତି ସମରଥ, ବଳଦେବ ଭୋଇ ,ଶ୍ୟାମ ସୁନ୍ଦର ଭୋଇ, ସନ୍ତୋଷ ପୁଟା ଘନଶ୍ୟାମ ପ୍ରଧାନୀ , ଶ୍ରୀମତୀ ବନଲତା ମାଝି ,ଚୌବନ କିଶୋର ମାଝି ,ସୁଦାମ ଚରଣ ଭୋଇ ,ଡମ୍ବରୁ ଧରୁଆ ,ସାରଥୀ ବାଗ ,ଭୂପାଲ ବିଶ୍ୱାଳ , ମନବୋଧ ବରିହା ,ଅଚୁତ ଧରୁଆ ,ବିକ୍ରମ ଭୋଇ ,ବିଜୟ କକ୍ଷଳସାଏ,ରାଜୀବ କୁଅଁର, ଘନ ଭୋଇ ,ଟିକେଶ୍ୱର ଧରୁଆ , ଧରମସିଂ ଧରୁଆ ,ଦଶରଥ ଛତ୍ରିଆ, ଗିରିଧାରୀ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।