ଆକସ୍ମିକ ଭାବେ ମୃତ୍ୟୁ ବରଣ କରିଥିବା କେନ୍ଦୁପତ୍ର ତୋଳାଳୀଙ୍କ ପରିବାର ଲୋକଙ୍କୁ ଅନୁକମ୍ପା ରାଶି ପ୍ରଦାନ

ପାଟଣାଗଡ଼,୨୧/୫- ପାଟଣାଗଡ କେନ୍ଦୁପତ୍ର ଡିଭିଜନ ଗୌଡପାଲିଠାରେ କେନ୍ଦୁପତ୍ର ବିଭାଗରେ କାମ କରୁଥିବା ସମୟରେ ଆକସ୍ମିକ ଭାବେ ମୃତ୍ୟୁବରଣ କରିଥିବା କେତେକ କର୍ମଚାରୀଙ୍କ ପରିବାର ଲୋକଙ୍କୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡିଆ କେନ୍ଦୁପତ୍ର ବିଭାଗର ମୁଖ୍ୟ ବନସଂରକ୍ଷକ ସୁଶୀଲ କୁମାର ପୋପାଲି, ସହକାରୀ ମୁଖ୍ୟ ବନସଂରକ୍ଷକ ପ୍ରଦୀପ୍ତ କୁମାର ମହାପାତ୍ର ଓ ପାଟଣାଗଡ ଡିଭିିଜନର ଡିଏଫଓ ସୁରେଶ ଚନ୍ଦ୍ର ସେଠୀ ଯୋଗ ଦେଇଥିଲେ । ପାଟଣାଗଡ କେନ୍ଦୁପତ୍ର ଡିଭିଜନରେ ୨୬ଜଣଙ୍କୁ ଚିହ୍ନଟକରି ପ୍ରଥମ ପର୍ଯ୍ୟାୟରେ ୧୦ଜଣଙ୍କୁ ମୁଖ୍ୟ ବନସଂରକ୍ଷକ ସୁଶୀଲ କୁମାର ପୋପାଲି ଚେକ ପ୍ରଦାନ କରିଥିଲେ । କେନ୍ଦୁପତ୍ର ତୋଳାଳୀମାନେ ଦଶ ଟଙ୍କା ଦେଇ ରସିଦ କାଟିଥିବା ଟଙ୍କାରେ କଲ୍ୟାଣ ପାଣ୍ଠି ସଂଗ୍ରହ କରାଯାଇଥାଏ ଏବଂ ଯଦି ତୋଳାଳୀ ହେଉ କି ଶ୍ରମିକ ମାନଙ୍କ ଆକସ୍ମିକ ଭାବେ ମୃତ୍ୟୁବରଣ କରନ୍ତି କି ଦୂର୍ଘଟଣା ହୋଇ ଅକର୍ମଣ୍ୟ ହୋଇଯାଆନ୍ତି ସେମାନଙ୍କୁ କଲ୍ୟାଣପାଣ୍ଠିରୁ ଅନୁକମ୍ପାମୂଳକ ସହାୟତା ରାଶି ଚେକ ମାଧ୍ୟମରେ ପ୍ରଦାନ କରାଯାଇଥିବା ମୁଖ୍ୟଅତିଥି ବନସଂରକ୍ଷକ ପୋପାଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଡିଭିଜନର ଜଗନ୍ନାଥ ଦାସ, ଫରେଷ୍ଟର ଅଜିତ ମେହେର, ହରିବଂଶ ପ୍ରଧାନ, ଜଳି ରଣା ଓ ସୁଦାମ ମିର୍ଦ୍ଧା ପ୍ରମୁଖ ଯୋଗ ଦେଇଥିଲେ ।

Comments (0)
Add Comment