ଆରମ୍ଭ ହେଲା ପିଜି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା

ଭୁବନେଶ୍ୱର: ଆରମ୍ଭ ହେଲା ସ୍ନାତକୋତ୍ତର (ପିଜି) ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ । ଗତ ଶନିବାରଠାରୁ ଆସନ୍ତା ୩ ତାରିଖ ଯାଏ ସାମ୍ସ ୱେବସାଇଟ୍‌ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ୯ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୧୦ରୁ ୧୩ ତାରିଖ ମଧ୍ୟରେ ନାମ ଲେଖାଇବେ । ୧୩ରୁ ୧୫ ତାରିଖ ମଧ୍ୟରେ ବଳକା ଥିବା ସିଟ୍‌ରେ ନାମଲେଖା ପାଇଁ ଆବେଦନ ହେବ । ୱେଟିଂ ଲିଷ୍ଟରେ ଥିବା ପିଲାମାନେ ସିଧା ନିଜର ଡକ୍ୟୁମେଣ୍ଟ ଦେଇ ଆବେଦନ କରିପାରିବେ । 

୧୬ ତାରିଖରେ ଏହାର ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ଚୟନ ହୋଇଥିବା ପିଲାମାନେ ୧୭ରୁ ୨୦ ତାରିଖ ମଧ୍ୟରେ ନାମଲେଖାଇବେ । ସୂଚନାଯୋଗ୍ୟ, ରାଜ୍ୟର ୧୨୫ଟି ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ମୋଟ୍ ୩୧ ହଜାର ୬୦୮ସିଟ୍‌ ରହିଛି । ଏଥିରୁ ପ୍ରଥମ ପର୍ଯ୍ୟାୟ ସୁଦ୍ଧା ୨୧ ହଜାର ୭୫ ଜଣ ନାମ ଲେଖାଇଛନ୍ତି । ଆହୁରି ୧୦ ହଜାର ୫୦୦ ସିଟ୍‌ ଖାଲି ପଡ଼ିଛି ।

Comments (0)
Add Comment