ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳିତ

ଫୁଲବାଣୀ : ଫୁଲବାଣୀରେ ଆଜି ବିଜେଡ଼ି ପକ୍ଷରୁ ୨୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଫୁଲବାଣୀ ବ୍ଲଡ଼ ବ୍ୟାଙ୍କଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଶୁଭ ଉଦଘାଟନ କରିଥିଲେ । କେବଳ ଫୁଲବାଣୀ ସହର ନୁହେ ସାରା କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକରେ ଏହିପରି ଉତ୍ସବ ପାଳନ କରାଯାଇଛି । ସଦର ମହକୁମା ଫୁଲବାଣୀ ଠାରେ ବିଜୁ ଜନତା ଦଳର ନଗର ସଭାପତିଙ୍କ ନେତୃତ୍ୱରେ ଜିଲ୍ଲା ସମ୍ପାଦକ କମଳ କୁମାର ବେହେରାଙ୍କ ସଭାପତିତ୍ୱରେ ପାରିଜାତ କଲ୍ୟାଣ ମଣ୍ଡପଠାରେ ଏକ ବୈଠକ ଅନୁଷ୍ଟିତ ହୋଇଥିଲା ।

ଏହି ବୈଠକରେ ବିଜୁ ଜନତା ଦଳର କର୍ମୀମାନେ ଡିସେମ୍ବର ୨୬ ତାରିଖ, ୧୯୯୭ ମସିହା ଆଜିର ଦିନରେ ଓଡିଶାରେ ପ୍ରତିଷ୍ଠା ହୋଇଥିଲା ବିଜୁ ଜନତା ଦଳ । ଏକ ଆଞ୍ଚଳିକ ରାଜନୈତିକ ଦଳ, ଯାହାର ନାମ ବିଜୁ ଜନତା ଦଳ । ଆଜି ଏହି ଦଳକୁ ୨୫ ବର୍ଷ ପୁରିଲା । ଗୋଟିଏ ଆଞ୍ଚଳିକ ଦଳ ଭାବେ ୨୫ ବର୍ଷ ସଫଳତାର ସହ ବିତାଇବା କିଛି କମ୍‌ କଥା ନୁହେଁ ବୋଲି ଶ୍ରୀ ବେହେରା ବକ୍ତବ୍ୟ ରଖିଥିଲେ । ଏହି ୨୫ ବର୍ଷ ଭିତରେ ବିଜେଡି ୨୧ ବର୍ଷ ଧରି ଓଡିଶାର ଶାସନ ଗାଦୀରେ ରହିଆସୁଛି । ଏତେ ବର୍ଷ ଧରି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରହିବା, ତାହା ପୁଣି ସଫଳତାର ସହ, ଭାରତ ରାଜନୈତିକ ଇତିହାସରେ ଏକ ବିରଳ ଉଦାହରଣ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହାର କାରଣ ଗରିବ ଖଟି ଖିଆ ଦିନ ମଜୁରିଆକୁ ଭଲ ପାଆନ୍ତି ନବୀନ ପଟ୍ଟନାୟକ ତେଣୁ ଓଡିଶା ଜନସାଧାରଣ ତାଙ୍କୁ ପାଞ୍ଚଥର ମୁଖ୍ୟମନ୍ତ୍ରୀ କରାଇଛନ୍ତି ବୋଲି ଫୁଲବାଣୀ ବିଧାୟକ ଅଙ୍ଗଦ କଁହର ବକ୍ତବ୍ୟରେ ମତ ପ୍ରକାଶ କରିଥିଲେ । ସେହିପରି ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ସମଗ୍ର ଓଡ଼ିଶାରେ ବିଜୁ ଜନତା ଦଳ ଏକ ଆଦର୍ଶ ଆଞ୍ଚଳିକ ରାଜନୈତିକ ଦଳ ଯେଉଁ ଥିରେ ମହିଳା ମାନଙ୍କୁ ରାଜନୀତି ସହିତ ଚାକିର କ୍ଷେତ୍ରରେ, ଶିକ୍ଷା କ୍ଷେତ୍ରରେ ପ୍ରାଧାନ୍ୟ ଦେଉଛି ଏବଂ ଆଗକୁ ମଧ୍ୟ ପ୍ରଧାନ୍ୟ ଦେବ ବୋଲି କହିଥିଲେ । ସେହିପରି ଫୁଲବାଣୀ ବ୍ଲକ ସମେତ ଅନ୍ୟ ବ୍ଲକ୍‌ ଗୁଡିକରେ ବ୍ଲକ ସଭାପତିମାନଙ୍କ ନେତୃତ୍ୱରେ ପାଳନ ହୋଇଛି ।

ଫୁଲବାଣୀରେ ବିଜେଡ଼ି ସହ ପ୍ରଭାରୀ କିଶୋର ମେହେର ଯୋଗ ଦେଇ କର୍ମୀ ଓ ନେତାମାନଙ୍କୁ ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନାର ଜୟ ଗାନ କରିଥିଲେ । ଜିଲ୍ଲା ଯୁବ ସଭାପତି ବିଷ୍ଣୁ ଚରଣ ମଲ୍ଲିକ, ଛାତ୍ର ସଭାପତି ସୁନିଲ ସେଠୀ, ମହିଳା ସଭାନେତ୍ରୀ ପୁନମ କଁହର, ପୂର୍ବତନ ବିଧାୟକ ଦେବେନ୍ଦ୍ର କଁହର, ବରିଷ୍ଠ କର୍ମୀ ତଥା ଆଇନଜୀବି ପ୍ରତାପ ପାତ୍ର, ଆଇନଜୀବି ଅସୀମ ପ୍ରହରାଜ, ପଙ୍କଜ ଦିଗାଲ, ଡି ଆର ଓ ବିରୂପାକ୍ଷ ପଣ୍ଡା, ଗୌରୀ ଶଙ୍କର ବେହେରା, ମନୋଜ ପଟ୍ଟନାୟକ, ଯୁବ ଉପ ସଭାପତି ପାର୍ଥ ବିଶ୍ୱାଳଙ୍କ ସମେତ ବହୁ ନେତା ଯୋଗଦେଇ ବିଜେଡ଼ିର ହାତ ମୁଠାକୁ ଟାଣ କରିବା ସହିତ ଆଗାମୀ ନିର୍ବାଚନରେ ଦଳ ପାଇଁ ନିଷ୍ଠାର ସହିତ କାମ କରିବା ପାଇଁ ଅନୁରୋଧ କରିଥିଲେ । ନବୀନ ସରକାରଙ୍କ ଜନ ମଙ୍ଗଳ ଯୋଜନାର ସମସ୍ତେ ଲାଭ ପାଇପାରିଛନ୍ତି ଆଗକୁ ମଧ୍ୟ ପାଇବେ ଏଥିପାଇଁ ପରସ୍ପର ମଧ୍ୟରେ ସହଯୋଗ ଓ ଦଳ ପ୍ରତି ନିଷ୍ଠା ଏକାନ୍ତ ଆବଶ୍ୟକ ବୋଲି କର୍ମୀମାନେ କହିଥିଲେ ।

Comments (0)
Add Comment