ପୁରୀ ରେ ହିରୋସିମା ଦିବସ ପାଳନ ସହ କପୋତ ଉଡାୟନ ଏବଂ ଶାନ୍ତି ଶୋଭା ଯାତ୍ରା

ଅଗଷ୍ଟ ୬ତାରିଖ ସକାଳ ସମୟରେ ଷ୍ଟେସନ ରୋଡ ସ୍ଥିତ ବୁଦ୍ଧ ମନ୍ଦିରରେ ହିରୋସିମା ଦିବସ INTERNATIONAL ASSOCIATION FOR THE FUTURE OF HUMANITY (IAFH) ଦ୍ୱାରା ପାଳିତ ହୋଇଯାଇଛି I ପ୍ରଥମେ ଅନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ ଡ଼କ୍ଟର ସଦାନନ୍ଦ ମିଶ୍ରଙ୍କର ଫଟୋ ଚିତ୍ରରେ ଶ୍ରଦ୍ଧାପୂର୍ବକ ପୁଷ୍ପ ମାଲ୍ୟାର୍ପଣ, ବେଦପାଠ ପରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା I ଠିକ ୮ଟା୧୫ ମିନିଟ ସମୟରେ ହିରିସିମା ତଥା ୟୁକ୍ରେନ ଏବଂ ଗାଜ଼ାରେ ମୃତ୍ୟୁବରଣ କରିଥିବା ନିରୀହ ମାନଙ୍କ ଉଦ୍ଦେଶ୍ୟରେ ନିରବ ପାର୍ଥନା କରାଯାଇଥିଲା I ଅନାମ ସାହୁ ଅତିଥି ପାରିଚୟ ଦେବାସହ କିପରି ବିଗତ ୨୮ବର୍ଷ ନୀରବଛିର୍ଣ୍ଣଭାବେ ଶ୍ରୀକ୍ଷେତ୍ରରେ ଏହି ଶାନ୍ତି କାଯ୍ୟକ୍ରମ ଜାରି ରହିଛି ସେ ବିଷୟରେ କହିଥିଲେ I ଅନୁଷ୍ଠାନର ସହ ସମ୍ପାଦକ ସମାଜସେବୀ ହେକ୍ଟର ମିଶ୍ର ସ୍ୱାଗତ ଭାଷଣ ଦେବାସହ, ହିରୋସିମାରେ ପଡ଼ିଥିବା ବିଭିଷିକା ତଥା ମଣିଷ କିପରି ଅଶାନ୍ତିକୁ ବାଛିନେଇଛି ଓ ଶାନ୍ତି ବିନା ଜୀବନ ଅସମ୍ଭବ ବିଷୟରେ ଆଲୋକପାତ କରିଥିଲେ I

ମଦର୍ଶ ପବ୍ଲିକ ସ୍କୁଲର ହର୍ଷିତ ମିତ୍ର ଓ ପୁରୀ କନଭେଣ୍ଟ ସ୍କୁଲର ସାଜ୍ଞାଡ଼ିପ୍ତ ମହାନ୍ତି, ଶ୍ରୀଜିତ ସିଂ ଛାତ୍ର ଜୀବନରେ ଶାନ୍ତିର ଆବଶ୍ୟକତା ଉପରେ ନିଜର ବକ୍ତବ୍ୟ ରଖିଥିଲେ I ଏହି ଶାନ୍ତି ସଭାରେ ଓଡିଶା ସରକାରଙ୍କର ଓଡ଼ିଆ ଭାଷା ପ୍ରତିଷ୍ଠାନର ସ୍ୱତନ୍ତ୍ର ସଚିବ ମଧୁସୂଦନ ଦାଶ, ମୁଖ୍ୟଅତିଥି ଭବେ ଯୋଗଦେଇ ପରମାଣୁରେ ପରମାୟୁର ଆଇଶ୍ୱ ଓ ମନୁଷ୍ୟ କିପରି କମ ରାସ୍ତାରେ ଗତିକରି ଶାନ୍ତି ଆପଣIଇ ପାରିବ ବିଷୟରେ ଆଲୋକପାତ କରଥିଲେ I ଶିଶୁ କଲ୍ୟାଣ ସମିତି ପୁରୀର ମୁଖ୍ୟ ଅଜିତ ମହାପାତ୍ର ସମାଜରେ ଶାନ୍ତିର କାମ୍ୟ ଯଥା ଯୁଦ୍ଧର ଓ ତାର ପରବର୍ତ୍ତୀ ବିଭିଷିକା ସବୁ ମନୁଷ୍ୟକୃତି ଯାହାକୁ ଏଡାଇଦିଆଯାଇପାରିବ ଉପରେ ଗୁରୁତ୍ୱଦେଇ ଥିଲେ I ସମ୍ମାନିତଅତିଥିଭାବେ ଇଞ୍ଜିନିଅର ବିଭୁ ପ୍ରସାଦ ସାହୁ, କବି ଶଙ୍କର୍ଷଣ ପରିଢା ଏବଂ ଡାକ୍ତର ଅର୍ଣ୍ଣବ ପଟନାୟକ ଯୋଗାଦେଇ ମଣିଷର ମୂଲ୍ୟବୋଧ, ଡାକ୍ତରର ଯୁଦ୍ଧରେ କିପରି ଦେବତାର ଆଖ୍ୟା ଉପରେ କହିଥିବା ବେଳେ ସମାଜରେ ଶାନ୍ତି ପ୍ରତିଷ୍ଠା ଦିଗରେ ସମାଜର ସୂକ୍ଷ୍ମ ସ୍ତରରୁ କିପରି ପ୍ରୟାସ କରାଯାଇପାରିବ ତାହାର ସମୟ ଆଶି ପହଁଚିବା ଉପରେ କହିଥିଲେ I

ସ୍ମିତାକୁମାରୀ ରାଜଗୁରୁ, ସିପ୍ରା ଦାସ, ସମାଜସେବୀ ରବିନାରାୟଣ ସାହୁ, ସଂଗଠକ ରାଜେଶ ମହାନ୍ତି, ଡାକ୍ତର ନରହରି ଦାଶ, ବ୍ରହ୍ମାନନ୍ଦ ସାହୁ ଓ ମୈଥିଳୀ ଆଚାର୍ଯ୍ୟ ଶାନ୍ତିର ସତ୍ତାର ପତନ ଉପରେ ଗୁରୁତ୍ତ୍ୱ ଦେଇଥିଲେ I ଏହି ସଭାକୁ ସଦାଶିବ ସସ୍ଥାନର ପୁରୀର ପୂର୍ବତ୍ତନ ନିର୍ଦ୍ଦେଶକ ପ୍ରଫେସର ଡ଼କ୍ଟର ଅତୁଳ କୁମାର ନନ୍ଦ ସଭାପତିତ୍ବ କରିଥିଲେ I ସରକାର ତୃଣମୂଳ ସ୍ତରରେ କଣପାଇଁ ଶାନ୍ତି ପାଇଁ କାର୍ଯ୍ୟ କରୁନାହାଂତି ଯାହାକି ଜରୁରି I ପୁରୀର ପ୍ରାୟ ଶତାଧିକ ଶାନ୍ତିକାମି ବୁଦ୍ଧିଜୀବୀ ଏହି ସଭାରେ ଯୋଗଦେଥିଲେ I ଦୟାନିଧି ପଣ୍ଡା, ଡାକ୍ତର ରାଧେଶ୍ୟାମ ରଥ, ସରଙ୍ଗାଧର ଷଡ଼ଙ୍ଗୀ, ଇଂ ସନ୍ଦୀପ କୁମାର ସେନ, ସଞ୍ଜୟ ପ୍ରଧାନ, ପ୍ରିତମ ମିତ୍ର, ବିଦୁଲତା ଆଚାର୍ଯ୍ୟ, ଛାୟାକାନ୍ତ ନାୟକ, ଡ଼କ୍ଟର ବଳରାମ ଦାସ, ଇଂ ସମ୍ବିତ ସିଂ, ଜଗଦୀଶ କୁମାର ଦାସ, ଓମ ସୁବୁଦ୍ଧି, ଫାଦର ବୁଲୁ ବୀରେନ୍ଦ୍ର କୁରଜୁ ଓ ପ୍ରକାଶ ପ୍ରଧାନ ଯୋଗଦେଇଥିଲେ I ଜୁପୀଟର ଦାସ ଧନ୍ୟବାଦ ଦେଇଥିଲେ।କାର୍ଯ୍ୟକ୍ରମକୁ ନାଟ୍ୟକାର ଶିବାସୁନ୍ଦର ମିଶ୍ର, ଜଗଦୀପ କୁମାର ଦାଶ, ଚନ୍ଦନ ମିଶ୍ର ଓ ବାବୁ ଡୋରା ଆଦି ସଞ୍ଚIଳନା କରିଥିଲେ I ପରେ ବିଶ୍ୱ ଶାନ୍ତି କାମନାକରି କପୋତ ମାନ ଉଡାକାଇଥିଲେ ଏବଂ ଏକ ଶାନ୍ତି ଶୋଭାଯାତ୍ରା ବୁଦ୍ଧ ମନ୍ଦିରରୁ ବାହାରି ପୁରୀ ଜ଼ିଲ୍ଲା ସ୍କୁଲ ପର୍ଯ୍ୟନ୍ତ ଯାଇଥିଲା

Comments (0)
Add Comment