ଅଭିନେତା ପିଣ୍ଟୁ ନନ୍ଦଙ୍କ ଶେଷକୃତ୍ୟ ସଂପନ୍ନ

ପୁରୀ : ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦଙ୍କ ଶେଷ କୃତ୍ୟ ପୁରୀ ସ୍ୱର୍ଗ ଦ୍ୱାରରେ ସଂପନ୍ନ ହୋଇଛି । ଶହ ଶହ ଶୁଭେଛୁ ପିଣ୍ଟୁଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି । ହଠାତ୍‌ ପିଣ୍ଟୁ ତାଂକ ଗହଣରୁ ଚାଲିଯିବା ତାଂକ ବନ୍ଧୁ ଶୁଭେଛୁ ଗ୍ରହଣ କରି ପାରୁନାହାନ୍ତି । ପିଣ୍ଟୁଙ୍କୁ ତାଙ୍କ ପୁଅ ଶ୍ରୀୟନ୍ସ ନନ୍ଦ ମୁଖଗ୍ନୀ ଦେଇଛନ୍ତି । ପୁରୀ ସ୍ୱର୍ଗ ଦ୍ୱାରରେ ପିଣ୍ଟୁ ନନ୍ଦଙ୍କ ମର ଶରୀର ପହଞ୍ଚିବା ପୂର୍ବରୁ ରାସ୍ତା ସାରା ତାଙ୍କର ଶୁଭେଚ୍ଛୁ ଶେଷ ଦର୍ଶନ କରିଥିଲେ । ସ୍ୱର୍ଗ ଦ୍ୱାରରେ ମଧ୍ୟ ଶହ ଶହ ଶୁଭେଚ୍ଛୁ, ପ୍ରଶଂସକ ଶେଷ ଦର୍ଶନ ପାଇଁ ଅପେକ୍ଷାରେ ଥିଲେ । ପିଣ୍ଟୁଙ୍କ ମର ଶରୀର ସ୍ୱର୍ଗ ଦ୍ୱାରରେ ପହଞ୍ଚିବା ପରେ ସମସ୍ତଙ୍କ ଆଖି ଲୁହ ଜକେଇ ଆସିଥିଲା । ପିଣ୍ଟୁଙ୍କ ସହ କଳାକାର ବବି ମିଶ୍ର ବେଶ୍‌ ଭାବ ବିହ୍ୱଳିତ ହୋଇ ପଡ଼ିଥିଲେ । ସୁଟିଂ ସେଟ୍‌ ରେ ପିଣ୍ଟୁ ସବୁବେଳେ ତାଙ୍କ୍‌ ସହ ଝଗଡା କରିଥାନ୍ତି । ସେ ଗଲା ପରେ ତାଙ୍କ ସହ ଆଉ କିଏ ଝଗଡା ହେବ ବୋଲି ଅଭିନେତା ବବି ମିଶ୍ର କହିଛନ୍ତି । ସେପଟେ ପିଣ୍ଟୁଙ୍କ ମୁତ୍ୟୁରେ ତାଙ୍କ ବଡ଼ ଭାଇ ଅଭିରାମ ନନ୍ଦ ଦୁଃଖରେ ଭାଙ୍ଗି ପଡିଛନ୍ତି । ଅଭିରାମ କହିଛନ୍ତି ଘର ବଡ଼ ପୁଅ ପିଣ୍ଟୁ ଥିଲେ । ସେ ସବୁ ଘରର ଦାୟିତ୍ୱ ନେଇଥିଲେ । ସେ କେବେବି ପିଣ୍ଟୁକୁ ସାନ୍‌ ଭାଇ ଭଳି ନୁହେଁ ବଡ଼ ଭାଇ ଭଳି ଦେଖୁଥିଲେ । ସେପଟେ ପିଣ୍ଟୁଙ୍କ ଚିକିତ୍ସାରେ ରାଜ୍ୟ ସରକାର ସହଯୋଗ ନ କରିବାକୁ ନେଇ ସେ କ୍ଷୋଭ ପ୍ରକାଶ କରିଥଲେ । ଓଡ଼ିଶା ସରକାର କଳା ସଂସ୍କୃତି ପ୍ରଚାର୍‌ ନାମରେ କୋଟି କୋଟି ଟଂକା ଖର୍ଚ୍ଚ କରୁଛନ୍ତି । ହକି ଖେଳର ପ୍ରଚାର୍‌ ନାମରେ ବାହାରି ଅଣଓଡ଼ିଆ କଳାକାର ଆଣି କୋଟି କୋଟି ଟଂକା ଖର୍ଚ୍ଚ କରୁଛନ୍ତି, ହେଲେ ଜଣେ ପ୍ରତିଭାବାନ ଓଡ଼ିଆ କଳାକାରର ଚିକିତ୍ସାରେ କୌଣସି ଆର୍ଥିକ ସାହାଯ୍ୟ ନ ଦେବା ଅତି ଦୁଃଖଦାୟକ ବୋଲି ସେ କହିଛନ୍ତି ।

Comments (0)
Add Comment