ସ୍ଲରି ପାଇପ ଲାଇନ ଫାଟି ଭୟାନକ ସ୍ଥିତି

କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ନୟାଗଡ଼ ଓ ବଡ଼କାଳିମାଟି ପଞ୍ଚାୟତ ସୀମାନ୍ତବର୍ତ୍ତି ଖଜୁରୀଡ଼ିହି ସାହି ନିକଟରେ ଶନିବାର ସକାଳ ସମୟରେ ସ୍ଲୋରି ପାଇପ ଲାଇନ ଫାଟି ଭୟାନକ ପରିସ୍ଥିତି ସୄଷ୍ଟି ହୋଇଛି । ଫଳରେ ଗ୍ରାମବାସୀ ଆତଙ୍କିତ ଅବସ୍ଥା ରେ ଅଛନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ ଶନିବାର ସକାଳୁ ହାତୀମର ଖଜୁରୀଡ଼ିହି ଗ୍ରାମ ନିକଟରେ ଜୈନିକ କମ୍ପାନୀର ସ୍ଲୋରି ପାଇପ ଲାଇନ ଫାଟି ପାଖପାଖି ୩୦ରୁ ୪୦ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଲୁହାଗୁଣ୍ଡ ସହିତ କାଦୁଅ ଘୃର୍ଣ୍ଣି ବଳୟର ଏକ ଭୟଙ୍କର ଦୃଶ୍ୟ ସୃଷ୍ଟି ହୋଇ ଉପରକୁ ଉଠୁଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ଏ ଦୃଶ୍ୟ ଦେଖି ଆତଙ୍କିତ ଅବସ୍ଥାରେ ଚିତ୍କାର କରିଥିଲେ ।

ଏଭଳି ଦୃଶ୍ୟ ଦୀର୍ଘ ସମୟ ଲାଗି ରହିବା ରୁ ନିକଟରେ ଥିବା ଦୁଇ ରୁ ତିନି ଏକର ଧାନ ଫସଲ ଉପରେ ଲୁହାଗୁଣ୍ଡ ଓ କାଦୁଅ ଆସ୍ଥରଣ ଜମିରହିଛି । ଫଳରେ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା କଟୁପାଲି ଗ୍ରାମର ଚାଷୀ ମୁରଲୀଧର ବେହେରା, ଦଧିଆ ବେହେରା, ସୁବାସ ଚନ୍ଦ୍ର ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି । ତେବେ କେଉଁ ପରିସ୍ଥିତିରେ ସ୍ଲୋରି ପାଇପ ଲାଇନ ଫାଟିଲା ଏବଂ ଏ ନେଇ ହୋଇଥିବା କ୍ଷୟକ୍ଷତି ପାଇଁ ଦାୟି କିଏ? ଏହା ତଦନ୍ତ ସାପେକ୍ଷ ବୋଲି ସ୍ଥାନୀୟ ଲୋକେ ଆପତ୍ତି କରିଥିବା ଜଣାପଡିଛି ।

breaking newskeonjhar newsodia newsodisha news
Comments (0)
Add Comment