ବୃକ୍ଷ୍ୟ ଲଗାଅ ଜୀବନ ବଞ୍ଚାଅ

କେନ୍ଦ୍ରାପଡ଼ା : ଯାତ୍ରା ସଂସ୍କୃତି ସୁରକ୍ଷା ମଞ୍ଚ ଭୁବନେଶ୍ୱର ଓ ଈଶାନେଶ୍ୱର ସାଂସ୍କୃତିକ ପରିଷଦ ମାଣ୍ଡିଆ-ରାଘବପୁର ମିଳିତ ସହଯୋଗରେ ରାଘବପୁର ପଞ୍ଚାୟତ ଅନ୍ତର୍ଗତ ଈଶାନେଶ୍ୱର ଓ ଦଧିବାବନ ମନ୍ଦିର ପରିସରରେ ଏକ ବୃକ୍ଷରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯାତ୍ରା ସୁରକ୍ଷା ମଞ୍ଚ ଭୁବନେଶ୍ୱରର ବରିଷ୍ଠ ଉପଦେଷ୍ଟା ଆଶିଷ ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୃକ୍ଷରୋପଣ କାର୍ୟ୍ୟକ୍ରମରେ ଈଶାନେଶ୍ୱର ସାଂସ୍କୃତିକ ପରିଷଦ ମାଣ୍ଡିଆ ରାଘବପୁରର ସଭାପତି ସୁକେଶ ଗୁରୁ ଓ ସମ୍ପାଦକ ରମେଶଚନ୍ଦ୍ର ମହାନ୍ତି ପରିଚାଳନା କରିଥିଲେ । ଏହି କାର୍ୟ୍ୟକ୍ରମରେ, ଯାତ୍ରା ସୁରକ୍ଷା ମଞ୍ଚର ବିଶ୍ୱଭୂଷଣ ପଢିଆରୀ, ଶୁଭପ୍ରକାଶ ନାୟକ, ହେମନ୍ତ ସାହୁ, କାହ୍ନୁ ଚରଣ ମହାରଣା, କୃଷ୍ଣଚନ୍ଦ୍ର ସାହୁ, ମନ୍ଟୁ ଲେଙ୍କା, ବିପିନ ବେହେରା, ଜିତୁ ବେହେରା, ସୁଧାକାନ୍ତ ସାହୁ, ଶିଶିର ଗୁରୁ, କିର୍ତ୍ତି ରଞ୍ଜନ ସେଠି, ଆଲୋକ ମଲିକ, ଯତୀନ୍ଦ୍ର ସାହୁ, ରଶ୍ମିରଂଜନ ପରିଡା, ଶରତ ମଲ୍ଲିକ, ଲୋକନାଥ ସାହୁ, ଭଞ୍ଜକିଶୋର ମହାପାତ୍ର, ନିର୍ମଳ ସାମନ୍ତରାୟ, ବିଜୁଳି ମଲିକ ପ୍ରମୁଖ ସଦସ୍ୟ ମାନଙ୍କ ସହଯୋଗରେ ଏହି ବୃକ୍ଷରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Comments (0)
Add Comment