ଫୁଲବାଣୀ,୨୭/୧୧ :- କରୋନା ମହାମାରୀର ଦୀର୍ଘ ଦୁଇ ବର୍ଷ ବ୍ୟବଧାନ ପରେ କନ୍ଧମାଳ ସାସଂଦ ଡଃ ଅଚ୍ୟୁତ ସାମନ୍ତଙ୍କ ନିର୍ଦ୍ଦେଶକ୍ରମେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ରହିଥିବା ୨୦ ଗୋଟି ବ୍ଲକ୍ର ପଞ୍ଚାୟତ ଗୃହ ଠାରେ ସାଂସଦ ସାମନ୍ତଙ୍କ ମାଗଣା ସ୍ୱାସ୍ଥ୍ୟ ଶିବିର କରାଯାଇଥିଲା । ଏହି ପରିପେକ୍ଷୀରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଳକ୍ର ତୁଡ଼ିପାଜୁ, ଖଜୁରୀପଡା ବ୍ଳକ୍ର ପିରୁକୁଡି, ଫିରିଙ୍ଗିଆ ବ୍ଳକ୍ର ରତଙ୍ଗ ପଞ୍ଚାୟତ ଗୃହ ଠାରେ ଏହି ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଖୋଲାଯାଇଥିଲା । ମାଗଣା ସ୍ୱାସ୍ଥ୍ୟ ଶିବିର କରାଯାଇଥିବା ଜାଣି କନ୍ଧମାଳ ଜିଲ୍ଲାରେ ଥଣ୍ଡା ହେଉଥିଲେ ମଧ୍ୟ ଉପାନ୍ତ ଅଞ୍ଚଳ ମାନଙ୍କରୁ ଛୋଟ ପିଲା, ବୃଦ୍ଧ ବୃଦ୍ଧା, ମହିଳା ଓ ବିଭିନ୍ନ ରୋଗରେ ଆକ୍ରାନ୍ତଥିବା ଗ୍ରାମବାସୀମାନେ ସାମନ୍ତଙ୍କ ମାଗଣା ସ୍ୱାସ୍ଥ୍ୟ ଶିବିରକୁ ଆସି ସୁଦୁର ଭୁବନେଶ୍ୱର କିମ୍ ହସ୍ପିଟାଲରୁ ଆସିଥିବା ଅଭିଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରି ନିଜ ନିଜ ଶରୀରରେ ରହିଥିବା ବିଭିନ୍ନ ରୋଗ ସମ୍ପର୍କରେ ପଚାରି ବୁଝି ଫାର୍ମାସିଷ୍ଟଙ୍କ ଠାରୁ ମାଗଣାରେ ଔଷଧ ନେଇଥିଲେ ।
ଏପରିକି ଡାକ୍ତରମାନେ ରୋଗୀଙ୍କ ସହ ଉତ୍ତମ ବ୍ୟବହାର କରି ବାରମ୍ବାର ସ୍ୱାସ୍ଥ୍ୟବସ୍ଥା ବୁଝି ଔଷଧ ଦେଉଥିବାର ଦେଖିବାକୁ ମିଳିଥିଲା । ଏହି ମାଗଣା ସେବା ପାଇ କନ୍ଧମାଳ ସାଂସଦଙ୍କୁ କୃତଜ୍ଞତା ଜଣାଇବା ସହ ସାସଂଦଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରି ଏହିପରି ପ୍ରୟାସ ଆଗକୁ ଜାରି ରଖନ୍ତୁ ବୋଲି କହିଥିଲେ ପଞ୍ଚାୟତବାସୀ ।