ଗ୍ରାମ ରୋଜଗାର ସେବକ ସଂଘର ବୈଠକ

ଫୁଲବାଣୀ,୨୭/୮:- ନିଖିଳ ଓଡ଼ିଶା ଗ୍ରାମ ରୋଜଗାର ସେବକ ସଂଘର ଏକ ବୈଠକ ସଭାପତି ଶ୍ରବଣ କୁମାର ପଣ୍ଡାଙ୍କ ପୌରହିତ୍ୟରେ ନେତାଜୀ କ୍ଳବ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପସଭାପତି ବିଜୟ କୁମାର ସାହୁ, ଅଞ୍ଜଳି ନାୟକ ଓ ସାଧାରଣ ସଂପାଦକ ସାମନ୍ତ ଦିଗାଲଙ୍କ ସହ ପ୍ରତି ପଞ୍ଚାୟତର ଗ୍ରାମ ରୋଜଗାର ସେବକ ଯୋଗ ଦେଇଥିଲେ । କୌଣସି ଚାକିରୀରେ ୬ ବର୍ଷ କାମକଲେ ସରକାର ସେମାନଙ୍କ ଚାକିରୀ ନିୟମିତ କରୁଥିବା ଦେଖାଯାଉଛି । କିନ୍ତୁ ଜିଆରଏସ ମାନେ ୧୪ବର୍ଷ କାର୍ଯ୍ୟ କରିବା ପରେ ମଧ୍ୟ ସେମାନଙ୍କ ଚାକିରୀ ନିୟମିତ କରାଯାଉନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ପଞ୍ଚାୟତର ସମସ୍ତ ଦାୟିତ୍ୱ ପୂର୍ଣ୍ଣ ଆର୍ଥିକ କାରବାର ବୁଝୁଥିବା ବେଳେ ସରକାର ସେମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ଦୁର୍ଭାଗ୍ୟଜନକ । ସରକାରଙ୍କ ଜିଆରଏସ ମାରଣା ନୀତିର ନିନ୍ଦା କରାଯାଇଛି । ବାରମ୍ବାର ଅନୁରୋଧ ସତ୍ତେ୍ୱ ଯଦି ସରକାର ଜିଆରଏସ ମାନଙ୍କ ଦାବୀପୂରଣ ନକରନ୍ତି ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ବାଧ୍ୟ ହେବେ ବୋଲି ସୂଚନା ଦେଇଛନ୍ତି ।

Comments (0)
Add Comment