ଫୁଲବାଣୀ,୧୫/୨ – ତୈଳଦର ହ୍ରାସ ଓ କୃଷି ବିଲ ପ୍ରତ୍ୟାହାର ଦାବିରେ ରାଜ୍ୟ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ଡାକରାର ପ୍ରଭାବ ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଜ଼ିଲ୍ଲା କଂଗ୍ରେସ ସଭାପତିଙ୍କ ନେତୃତ୍ୱ ରେ କର୍ମୀମାନେ ସହରରେ ବିଭିନ୍ନ ସ୍ଥାନରେ ପିକେଟିଂ କରି ଶେଷରେ ମାଦିକୁନ୍ଦା ଛକଠାରେ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରିଥିଲେ ଓ କେନ୍ଦ୍ର ସରକାର ହୁ ହୁ ହୋଇ ବଢାଇଥିବା ତୈଳ ଦରକୁ ବିରୋଧ କରି ନାରାବାଜି ମଧ୍ୟ କରିଥିଲେ । ଆଜି ସକାଳୁ ସକାଳୁ ଫୁଲବାଣୀ ସହରର ଦୋକାନ ବଜାର ବନ୍ଦ ସହ ଗାଡ଼ି ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଛି ଓ ସେହିପରି କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ, ଉଦୟଗିରି, ବାଲିଗୁଡ଼ା, ତୁମୁଡ଼ିବନ୍ଧ, ଦାରିଙ୍ଗବାଡ଼ି ଆଦି ବିଭିନ୍ନ ସ୍ଥାନରେ ଗାଡ଼ି ଚଳାଚଳ ସହ ଦୋକାନ ବଜାର ବନ୍ଦ ରହିଥିବାର ଦେଖିବାକୁ ମିଳିଛି । ବନ୍ଦକୁ ଦୃଷ୍ଟିରେ ରଖି ବିଭିନ ସ୍ଥାନରେ ବ୍ୟାପକ ପୋଲିସ ମୃତୟନ କରାଯାଇଥିଲା । ଜ଼ିଲ୍ଲାରେ ଶାନ୍ତି ପୂର୍ଣ୍ଣ ଭାବେ ବନ୍ଦ ପାଳନ ହୋଇଥିବା ଜଣାପଡିଛି ।