ଫୁଲବାଣୀରେ ଜାତୀୟ ଆଇନସେବା ଦିବସ ପାଳିତ

ଫୁଲବାଣୀ,୯/୧୧:- କନ୍ଧମାଳ ଜିଲ୍ଲା ଜର୍ଜ କୋର୍ଟ ପରିସରରେ ଥିବା ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି । ଏହି ଶୁଭ ଅବସରରେ ଫୁଲବାଣୀ ଏଡିଜେ ସ୍ୱତନ୍ତ୍ର ପୋସ୍କ ସଞ୍ଜିତ୍‌ କୁମାର ବେହେରା ସବୁଜ ପତାକା ଦେଖାଇ ଶୋଭାଯାତ୍ରାକୁ ଶୁଭ ଉଦଘାଟନ କରିଥିଲେ । ପ୍ରକାଶଥାଉକି ପ୍ରତିବର୍ଷ ନଭେମ୍ବର ୯ ରେ, ଜାତୀୟ ଆଇନ ସେବା ଦିବସ ପାଳନ କରାଯାଏ ୧୯୮୭ର ଆଇନ ସେବା ପ୍ରାଧିକରଣ ଅଧିନିୟମ, ଯାହା୧୯୯୫ରେ ଲାଗୁ ହୋଇଥିଲା । ସେବେଠାରୁ ପ୍ରତିବର୍ଷ ନଭେମ୍ବର ୯ରେ ସମସ୍ତ ରାଜ୍ୟ କର୍ତ୍ତୃପକ୍ଷ ଆଇନସେବା ଦିବସ ପାଳନ କରନ୍ତି । ଦେଶର ରାଜଧାନୀ ସହରର ଅନେକ ସ୍ଥାନ ତଥାପି ବିଭିନ୍ନ ଆଇନଗତ ସାକ୍ଷରତା ଶିବିର ଏବଂ କାର୍ଯ୍ୟକ୍ରମ ଆୟୋଜନ କରିଥାଏ । ୧୯୯୫ରେ ସୁପ୍ରିମକୋର୍ଟ ଆଇନ ସେବା ଦିବସ ପ୍ରତିଷ୍ଠା କରିଥିଲେ ଏବଂ ଏହା ପ୍ରତିବର୍ଷ ନଭେମ୍ବର ୯ ରେ ପାଳନ କରାଯାଏ । ଅକ୍ଟୋବର ୨ ରୁ ୧୪ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ଏକ ଛଅ ସପ୍ତାହ ପାନ ଇଣ୍ଡିଆ ଆଇନଗତ ସଚେତନତା ଏବଂ ପ୍ରସାରଣ ଅଭିଯାନ ଆରମ୍ଭ କରାଯାଇଥିଲା । ଏଥିରେ ଦ୍ୱାରରୁ ଦ୍ୱାର ଅଭିଯାନ, ଆଇନ ଶିକ୍ଷା କାର୍ଯ୍ୟକ୍ରମ, ମୋବାଇଲ୍‌ ଭ୍ୟାନ୍‌ ସଚେତନତା ଅଭିଯାନ ଏବଂ ଆଇନ ସହାୟତା କ୍ଲିନିକ ସଚେତନତା ଅଭିଯାନ ଅନ୍ତର୍ଭୁକ୍ତ ଥିଲା । ଆଜିର କାର୍ଯ୍ୟକ୍ରମରେ ଆଇନସେବା ପ୍ରାଧିକରଣର ସମ୍ପାଦିକା ଅନୁଶିଳା ରାୟ, ଏସଡ଼ିଜେଏମ ଅର୍ଜିତ ଦାଶ, ବାର ଆସୋସିଏସନର ସଭାପତି ବିଜୟ କୁମାର ମହାନ୍ତି, ସମ୍ପାଦକ ଦୂର୍ଗା ଶଙ୍କର ପଟ୍ଟନାୟକ ,ବରିଷ୍ଠ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା, ରଞ୍ଜନ କୁମାର ଦାସ, ପ୍ରଭାତ ପଟ୍ଟନାୟକ , ପିତାମ୍ବର ସାହୁ, ଦେବରାଜ ସାହାଣୀ ,ଫୁଲବାଣୀ ଏସଡିପିଓ ଯୋଗ ଦେଇଥିବା ବେଳେ ଫୁଲବାଣୀ ସହରର ଅଙ୍ଗନୱାଡି କର୍ମୀ, ବିଦ୍ୟାଳୟର ଛାତ୍ର, କିଛି ଏନଜିଓର କର୍ମଚାରୀଙ୍କ ଦ୍ୱାରା ଏକ ରାଲି ବାହାରି ସହର ପରିକ୍ରମା କରିଥିଲେ । ଏହି ରାଲି ମାଧ୍ୟମରେ ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ନିଃଶୁଳ୍କ ଆଇନସେବା ଏକ ଅନୁଗ୍ରହ ନୁହେଁ । ହିତାଧିକାରୀଙ୍କ ଏହା ଏକ ସାମ୍ବିଧାନିକ ଅଧିକାର ଅଟେ । ନିଃଶୁଳ୍କ ଆଇନସେବା ଆପଣଙ୍କ ବୈଦିକ ଅଧିକାର ହେବା ସହିତ ଟୋଲ ଫ୍ରି ନମ୍ବର ୧୫୧୬ ରହିଛି ବୋଲି ଜନସାଧାରଣଙ୍କୁ ସଚେତନତା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଜରିଆରେ ସଚେତନତା କରାଯାଇଥିଲା ।

Comments (0)
Add Comment