କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ସପ୍ତାହ ଶନିବାର ଓ ରବିବାର ସଟଡାଉନର ପ୍ରଭାବ

ଫୁଲବାଣୀ,୧୩/୭- ଜୁଲାଇ ମାସର ସଟଡାଉନ୍ର ଦ୍ୱିତୀୟ ସପ୍ତାହ ଶେଷ ହୋଇଛି । ଶନିବାର ସକାଳ ୬ଟାରୁ ସୋମବାର ସକାଳ ୬ଟା ଯାଏଁ କନ୍ଧମାଳ ଜିଲ୍ଲାରେ ୪୮ ଘଣ୍ଟିଆ ସଟଡାଉନ୍ ବଳବତ୍ତର ରହିଥିଲା । ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ଛାଡି ଅନ୍ୟ ସବୁ ସେବା ବନ୍ଦ ରହିଥିଲା । କନ୍ଧମାଳ ଜିଲ୍ଲାରେ କାଳେ କରୋନା ସଂକ୍ରମଣ ବଢିବାର ଆଶଙ୍କାକୁ ବଜାୟ ରଖି କନ୍ଧମାଳ ଜିଲ୍ଲାକୁ ସମ୍ପୂର୍ଣ୍ଣ ସଟଡାଉନ ରୂପେ ଜିଲ୍ଲାପାଳ ଘୋଷଣା କରିଛନ୍ତି । କେବଳ ଅତ୍ୟାବଶ୍ୟକ କ୍ଷେତ୍ରରେ ଯାତାୟତ କରିପାରିବେ । ପୋଲିସ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଅନାବଶ୍ୟକ ଯାତାୟତ ଉପରେ ରୋକ୍ ଲଗାଇଥିବାର ଦେଖିବାକୁ ମିଳିଥିଲା । ସେହିପରି ଅନ୍ୟାନ୍ୟ ବ୍ଲକ ଉପଖଣ୍ଡ ଠାରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାର ଦେଖିବାକୁ ମିଳିଥିଲା । କେବଳ ହସ୍ପିଟାଲ, ଔଷଧ ଦୋକାନ ଭଳି ଜରୁରୀ ସେବା ସଂସ୍ଥା ଖୋଲା ରହିଥିଲା । ପେଟ୍ରୋଲ ପମ୍ପ, ଜଳ ଯୋଗାଣ, ପରିମଳ, ଟେଲିଫୋନ୍, ଆମ୍ବୁଲାନସ୍, ଆଦି ଖୋଲା ରହିଥିଲା । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ମଧ୍ୟ କଟକଣାମୁକ୍ତ ରହିଥିଲା । ଜିଲ୍ଲାପାଳ, ପୌର କାର୍ଯ୍ୟାଳୟ ସହ ଅଗ୍ନିଶମ କେନ୍ଦ୍ର ଓ ଥାନା ଖୋଲା ରହିଥିଲା । କିନ୍ତୁ ଫୁଲବାଣୀ ସହରରେ ଥିବା ପ୍ରତ୍ୟେକ ସାହିରେ ତେଜରାତି ଦୋକାନ ଗୁଡିକରେ ଭିଡ଼ ଦେଖିବାକୁ ମିଳୁଛି । ସେଠି ସାମାଜିକ ଦୂରତା ମାନୁନାହାଁନ୍ତି କେହି ବି ମାସ୍କ ପିନ୍ଧୁ ନାହାନ୍ତି । ତେବେ ଏପରି ସଟଡାଉନର ମୁଲ୍ୟ କିଛି ରହୁନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଧରିଛି । ପ୍ରଶାସନ ମଧ୍ୟ ଏଥି ପ୍ରତି ନଜର ଦେବା ଜରୁରୀ ବୋଲି ଦାବି ହେଉଛି ।

Comments (0)
Add Comment