କନ୍ଧମାଳ ଜିଲ୍ଲା ୬୬୨ ମହାବିଦ୍ୟାଳୟ ତରଫରୁ ବିକ୍ଷୋଭ ପ୍ରଦର୍ଶନ

ଫୁଲବାଣୀ,୨୧/୧ :- କନ୍ଧମାଳ ଜିଲ୍ଲା ବେସରକାରୀ କଲେଜ କର୍ମଚାରୀ ସଂଘ ‘୪୮୮ ଓ ୬୬୨ ‘ କର୍ମଚାରୀ ମଧ୍ୟରେ ପରିଶ୍ରମିକକୁ ନେଇ ଓଡିଶା ସରକାର ଯେଉଁଭଳି ଅମାନବିକ ପକ୍ଷପାତି ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ତାହାର ବିରୋଧ କରି ସମଗ୍ର କନ୍ଧମାଳର ୬୬୨ କଲେଜ କର୍ମଚାରୀ ସମନ୍ୱୟ ସମିତି ତୀବ୍ର ଭାବରେ ବିରୋଧ କରି ସମଗ୍ର କଲେଜରେ କଳାବ୍ୟାଚ ପରିଧାନ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କାର୍ଯ୍ୟ ଓ ଯୋଗ୍ୟତା ସମାନ ଥିଲେ ହେଁ ସମାନ କାମକୁ ସମାନ ମଜୁରୀ ବ୍ୟବସ୍ଥାକୁ ଓଡିଶା ସରକାର ଉଦ୍ଦେଶ୍ୟମୂଳକ ଭାବେ ଅବଜ୍ଞା ପ୍ରଦର୍ଶନ କରୁଥିବାରୁ ଜିଲ୍ଲା ସମନ୍ୱୟ ସମିତି ପକ୍ଷରୁ ଅସନ୍ତୋଷ ପ୍ରଦର୍ଶନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ପ୍ରତିଟି କଲେଜ ପରିସରରେ ବିକ୍ଷୋଭ କରି ଉକ୍ତ ନିଷ୍ପତିକୁ ଦୃଢ ବିରୋଧ ପ୍ରଦର୍ଶନ କରାଯାଇଛି । ଜିଲ୍ଲାର ସାରଙ୍ଗଡ , ଦାରିଙ୍ଗବାଡି , ତୁମୁଡିବନ୍ଧ, ଶଙ୍କରାଖୋଲ, ଫିରିଙ୍ଗିଆ, ବ୍ରାହ୍ମଣୀଗାମ, ଚକାପାଦ, ଜି.ଉଦୟଗିରି, କୋଟଗଡ, ଖଜୁରୀପଡା ଇତ୍ୟାଦି ମହାବିଦ୍ୟାଳୟରେ ସମସ୍ତ କର୍ମଚାରୀ ଏହି ବିକ୍ଷୋଭରେ ଅଂଶଗ୍ରହଣ କରିବା ସହିତ ଏହି ପାତରଅନ୍ତର ପକ୍ଷପାତିତା ମୂଳକ ନୀତିକୁ ତୀବ୍ର ବିରୋଧ କରାଯାଇଛି । ଆଗାମୀ ସମୟରେ ସମାନ କାମକୁ ସମାନ ମଜୁରି ବ୍ୟବସ୍ଥାକୁ ଅବରୋଧ ପ୍ରଦର୍ଶନ କରାଗଲେ ପରିସ୍ଥିତି ଭୟାବହ ହେବ ବୋଲି ଜିଲ୍ଲା ସମନ୍ୱୟ ସମିତି ଚେତାବନୀ ଦେଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ ସହିତ ଉପଯୁକ୍ତ ମାନୋବଚିତ ସମାଧାନ କରାଯିବାକୁ ଦାବି କରାଯାଇଅଛି ।

Comments (0)
Add Comment