ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଜଳିଗଲା ଘର

ଫୁଲବାଣୀ,୧୩/୨- କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ତହସିଲ ଅନ୍ତର୍ଭୁକ୍ତ ଆର୍‌ ନୂଆଗାଁ କଲରାପାଜୁ ଗ୍ରାମର ପ୍ରହଲ୍ଲାଦ କହଁର (୫୫) ଙ୍କ ଘରେ ଆଜି ଅପରାହ୍ନ ସମୟରେ ବିଦ୍ୟୁତ୍‌ ସର୍ଟସର୍କିଟ ଯୋଗୁଁ ଘର ଜଳିଗଲା । ନିଆଁ ଲାଗିବା ଫଳରେ ଘରେ ଥିବା ଲୁଗାପଟା, ଧାନ, ଚାଉଳ ସମେତ ୪୫ ହଜାର ଟଙ୍କା, କାଗଜପତ୍ର ,ସୁନା ମାଳି ଦୁଇଗୋଟି ଓ ନିତ୍ୟ ବ୍ୟବହାର୍ଯ୍ୟ ଘରର, ଆସବାବପତ୍ର ସବୁ ନିମିଷକ ମଧ୍ୟରେ ପୋଡ଼ି ପାଉଁଶ ହୋଇ ଯାଇଥିବା ପ୍ରହ୍ଲାଦ କହଁର କହିଛନ୍ତି । ଘରେ ରହୁଥିବା ସମସ୍ତେ ଗାଧୋଇବା ପାଇଁ ନଦୀକୁ ଯାଇଥିବା ବେଳେ ସର୍ଟ ସର୍କିଟରେ ଘର ଜଳିଯାଇଛି । ଖବରପାଇ ଘଟଣାସ୍ଥଳରେ ଖଜୁରୀପଡ଼ା ଦମକଳ ବାହୀନି ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲା କିନ୍ତୁ ଘରଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି । ରାଜସ୍ୱ ନୀରିକ୍ଷକ ଅଧିକାରୀ ରିତାଞ୍ଜଳି କହଁର ଏବଂ ୱାର୍ଡ ମେମ୍ବର ନିରୁପମା ଗଣ୍ଡା ମଧ୍ୟ ଘଟଣାସ୍ଥଳରେ ପହଞ୍ଚି କ୍ଷୟ କ୍ଷତି ଆକଳନ କରି ଖଜୁରୀପଡ଼ା ତହସିଲଦାରକୁ ରିପୋର୍ଟ ପଠାଇବା ସହିତ ଅସହାୟ ପରିବାରକୁ ପଲିଥିନ ଏବଂ କିଛି ଶୁଖିଲାଖାଦ୍ୟ ସହିତ ରାସନ୍‌ ସାମଗ୍ରୀ ଯୋଗାଇଥିବା ରାଜସ୍ୱ ନିରୀକ୍ଷକ ଅଧିକାରୀ ସୂଚନା ଦେଇଛନ୍ତି । ଖଜୁରୀପଡା ତହସିଲଦାର ସପ୍ନିତା ନାୟକ କ୍ଷତିଗ୍ରସ୍ତ ପରିବାରକୁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଛନ୍ତି ।

Comments (0)
Add Comment