ଫୁଲବାଣୀ,୮/୧:- କନ୍ଧମାଳ ଜିଲ୍ଲା ଫୁଲବାଣୀ ଶାଖାର ବଳଦିଆ ତୈଳିକ ବୈଶ ସାମାଜର ଦଶମ ବାର୍ଷିକ ଉତ୍ସବ ସ୍ଥାନୀୟ ପ୍ରତୀକ କଲ୍ୟାଣ ମଣ୍ଡପଠାରେ ନକୁଳ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ମହାସଂଘର ସଭାପତି ଭାଗୀରଥି ସାହୁ ଯୋଗଦେଇ ସଂଘର ଉଦ୍ଦେଶ୍ୟ, ଲକ୍ଷ୍ୟ, ଆମ ସମସ୍ତଙ୍କ ଏକତା ଆମର ବଳ ବୋଲି ବକ୍ତବ୍ୟ ରଖିଥିଲେ । ମୁଖ୍ୟ ବକ୍ତାଭାବେ କେନ୍ଦ୍ର ମହାସଂଘର ଉପଦେଷ୍ଟା ଗଦାଧର ପୃଷ୍ଟି ଏବଂ ଅନ୍ତର୍ଯ୍ୟାମୀ ସାହୁ ଯୋଗଦେଇଥିବା ବେଳେ ସମିତି ସମ୍ପାଦକ ରାଜେନ୍ଦ୍ର କୁମାର ସାହୁ ଅତିଥିଙ୍କୁ ସ୍ୱାଗତ ଏବଂ ବିବରଣୀ ପାଠ କରିଥିଲେ । ସମସ୍ତ ମଞ୍ଚାସୀନ ଅତିଥି ନିଜନିଜର ବକ୍ତବ୍ୟ ପ୍ରଦାନ ପରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶୁଭେଚ୍ଛୁମାନେ ମଧ୍ୟ ଏହି ମହାସଂଘରେ ଉପସ୍ଥିତ ଥିଲେ । ଏହି ଅବସରରେ ସମିତିର ସମ୍ପାଦକ ରାଜେନ୍ଦ୍ର କୁମାର ସାହୁ ପଛୁଆ ବର୍ଗର ରାଜନୈତିକ, ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ କରିବାପାଇଁ ଓ ପଛୁଆ ବର୍ଗର ଏକତା ପାଇଁ ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନ କରିବାପାଇଁ ପ୍ରସ୍ତାବ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତି ଉପଦେଷ୍ଟା ପଞ୍ଚୁ ନାଥ ଦଳବେହେରା, କୋଷାଧକ୍ଷ ସୂର୍ଯ୍ୟନାରାୟଣ ଦଳବେହେରା, ଗୋପିନାଥ ସାହୁ, ପ୍ରକାଶ ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, କେଶବ ଚନ୍ଦ୍ର ସାହୁ, ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।