ଫୁଲବାଣୀ,୧୬/୮- କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଠାରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯିଇଛି । ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ବିରେନ୍ଦ୍ର କହଁର, ଜିଲ୍ଲା ପରିଷଦ ସଭ୍ୟ ଜୁଲିଲତା ଲେଙ୍କା ଖଜୁରୀପଡ଼ା ଓ ସାଂସଦ ପ୍ରତିନିଧି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଶିବିରରେ ୩୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଖଜୁରୀପଡ଼ା ମେଡିକାଲ ଅଫିସରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଟେକ୍ନିସିଆନ୍ ଶରତ ଚନ୍ଦ୍ର ଭଟ, ଦୀନକୃଷ୍ଣ ମହନ୍ତ, ତୁଷାର କାନ୍ତ ପ୍ରଧାନ ଓ ବରୁଣ ବେହେରା ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ଏହି ଶିବିରକୁ ଅଧ୍ୟାପକ ରଶ୍ମୀରଞ୍ଜନ ଲେଙ୍କା, ଅରୁଣ ଭୋଇ, ପିଣ୍ଟୁ କହଁର, କୃପାସିନ୍ଧୁ ସାହୂ,ଅନ୍ତର ବେହେରା,ବିଜୟ ବେହେରା,ବିଜେଡି ସଂଖ୍ୟା ଲଘୁ ସେଲର ସାଧାରଣ ସମ୍ପାଦକ ଏମ ଡି ୟାସୀନ୍ ବେଗ ପ୍ରମୁଖ ପରିଚାଳନା କରିଥିଲେ । ମୋଟିଭେଟର୍ ସୁକାନ୍ତ କୁମାର ବେହେରା ଉପସ୍ଥିତ ରହି ରକ୍ତଦାତାଙ୍କୁ ଏହି ମହାମାରୀ ସମୟରେ ରକ୍ତଦାନ ମହତ୍ତ୍ୱ ବିଷୟରେ ବୁଝାଇଥିଲେ । ସେହିପରି ରାଇକିଆ ଠାରେ ୫୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଏଥିରେ ବିଧାୟକ ସାଲୁକା ପ୍ରଧାନ ଉଦଘାଟନ କରିଥିବାବେଳେ ବ୍ଲକ ଚେୟାରମ୍ୟାନ ମାନିନୀ ପ୍ରଧାନ ଉପସ୍ଥିତ ରହି ଲୋକମାନଙ୍କୁ ରକ୍ତ ଦାନର ମହତ୍ୱ ବୁଝାଇଥିଲେ ।